ଭୁବନେଶ୍ବର: କରୋନା ସଂକ୍ରମଣ ବଢ଼ୁଥିବାରୁ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଜନସାଧାରଣଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ, ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଯଦି ନିଜ ଘର କିମ୍ବା ଘର ପାଖରେ କେହି ରାଜ୍ୟ ବାହାରୁ ଫେରିଛନ୍ତି ବା ଅଛନ୍ତି, ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି। ଏହି ଫେରନ୍ତାମାନଙ୍କର ପରୀକ୍ଷା କରାଯାଇ ସେମାନଙ୍କୁ ଆଇସୋଲେଟ୍ କରିପାରିବା ବୋଲି ସେ କହିଛନ୍ତି।

ଟିକାକରଣକୁ ବ୍ୟାପକ କରିବା ଲାଗି ଉଦ୍ୟମ ହେଉଛି। ବୟସ୍କ ଲୋକ ଟିକା ନେବାକୁ ଭୟ କରୁଛନ୍ତି। କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ, ସମସ୍ତେ ସେମାନଙ୍କୁ ଟିକା ନେବାକୁ ଉତ୍ସାହିତ କରନ୍ତୁ। ଟିକାର କେଉଁଠି ବି ପାର୍ଶ୍ଵ ପ୍ରତିକ୍ରିୟା ହୋଇନି। ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇଛି। ନିଜେ ଆମେ ସଜାଗ ନ ରହିଲେ, ସରକାର ବି କିଛି କରି ପାରିବେ ନାହିଁ। ଆମେ କରୋନା ବିରୋଧୀ ଲଢ଼େଇ ଜାରି ରଖିବା।

କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଘରେ ରହି ହୋଲି ଖେଳିବାକୁ ଡିଏମଇଟି  ଡାକ୍ତର ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

The post କରୋନା ସଂକ୍ରମଣକୁ ନେଇ ପୁଣି ଜନସାଧାରଣଙ୍କୁ ପରାମର୍ଶ ଦେଲେ ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3lOg4Ez