ଭୁବନେଶ୍ବର: ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

କଟକରୁ ୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩ଜଣ, ଖୋର୍ଧାରୁ ୧୨ଜଣ, ଯାଜପୁରରୁ ୭ଜଣ, ଗଞ୍ଜାମରୁ ୬ଜଣ, ମୟୁରଭଞ୍ଜରୁ ୬ଜଣ, ଅନୁଗୁଳରୁ ୫ଜଣ, ବଲାଙ୍ଗୀରରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ସମ୍ବଲପୁରରୁ ୩ଜଣ, ବାଲେଶ୍ବରରୁ ୨ଜଣ ଓ ବରଗଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଢ଼େଙ୍କାନାଳରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ନୂଆପଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୬୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ first appeared on Sambad.

from କରୋନା | Sambad https://ift.tt/395dHIm