
ବ୍ରହ୍ମପୁର: ମୁମ୍ବାଇ ଓ ସୁରତରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ପରେ ପ୍ରବାସୀମାନେ ନିଜ ଭିଟାମାଟିକୁ ଫେରିବା ଆରମ୍ଭ କରିଛନ୍ତି। ଗତ ୧୫ତାରିଖ ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ କୋଭିଡ଼୍ ସ୍କ୍ରିନିଂ ସେଣ୍ଟର ଖୋଲି ଟ୍ରେନ୍ରେ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ର୍ଥମାଲ ସ୍କ୍ରିନିଂ ବେଳେ କୌଣସି ଯାତ୍ରୀଙ୍କ ଯଦି ଶରୀର ତାପମାତ୍ରା ଅଧିକ ଥିବା ଜଣାପଡ଼ୁଛି କିମ୍ବା କୌଣସି ଲକ୍ଷଣ ଅଛି ତେବେ ସେଠାରେ ହିଁ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।
ଗତ ୧୫ତାରିଖ ଠାରୁ ଆଜି ସୁଦ୍ଧା ୩୨ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି। ସେଥି ମଧ୍ୟରୁ ୨ଜଣଙ୍କ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ପୂର୍ବରୁ ଜଣକଙ୍କର ପଜିଟିଭ୍ ବାହାରିଥିବା ବେଳେ ଗତକାଲି ଜଣକଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଗତକାଲି ଜଣେ ଯାତ୍ରୀଙ୍କ ପଜିଟିଭ୍ ଆସିବା ପରେ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ତେବେ କୌଣସି ଆମ୍ବୁଲାନ୍ସ ଆସି ନ ଥିଲା। ଏକ ଅଟୋ ଭଡ଼ା କରି ସମ୍ପୃ୍କ୍ତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠା ଯାଇଥିଲା।
The post ବ୍ରହ୍ମପୁର ଷ୍ଟେସନ୍ରେ ଯାଞ୍ଚ୍, ୧୦ ଦିନରେ ୨ ପଜିଟିଭ୍ ଚିହ୍ନଟ first appeared on Sambad.from କରୋନା | Sambad https://ift.tt/31mjkxB
0 Comments