ଭୁବନେଶ୍ବର: ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ, ହେଲେ ଓଡ଼ିଶାକୁ ସେହି ସ୍ଥିତି ଆସି ନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।
ସେ କହିଛନ୍ତି, ୪ଟି ରାଜ୍ୟର ଆଇଏଲଏସ ଦେଶର ଦଶଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ। ଗତ ଡିସେମ୍ବର ମାସରେ ୩ ଜଣ ୟୁକେ ଫେରନ୍ତା ଆସିଥିଲେ। ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା । ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି। ଆଉ କାହାକୁ ସଂକ୍ରମିତ କରି ନାହାନ୍ତି। ୨୨୦ଟି ନମୂନା ଆଇଏଲଏସରେ ଟେଷ୍ଟ କରାଯାଇଥିଲା । ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ। ପୁନଃ ସଂକ୍ରମଣ ହାର ବଢ଼ିଛି । ୧:୧ ରୁ ୧:୫ ହୋଇ ଯାଇଛି। କିନ୍ତୁ ଏନ୍ ୪୪୦କେ ଭେରିଏଣ୍ଟ ଏତେଟା ମାରାତ୍ମକ ନୁହେଁ ।
ପଞ୍ଜାବରେ ୮୦ ପ୍ରତିଶତ ୟୁକେ ଭେରିଏଣ୍ଟ। କିନ୍ତୁ ଓଡ଼ିଶାରେ ପରିସ୍ଥିତି ଠିକ୍ ଅଛି। ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ। କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ, ତାହା ଅଧ୍ୟୟନ କଲେ ଜଣାପଡ଼ିବ। ଆଉ ଏକ ସପ୍ତାହ ଭିତରେ ଆଇଏଲଏସରେ ଆଉ ୩୨୦ଟି ନମୂନା ଟେଷ୍ଟ କରାଯିବ।

 

The post ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ, ହେଲେ ଓଡ଼ିଶାର ସ୍ଥିତି ଠିକ୍ ଅଛି: ଆଇଏଲଏସ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3rluayz