କୋଭିଡ କେନ୍ଦ୍ରରେ ମଦ ଓ ଗଞ୍ଜେଇ ପାର୍ଟି ! ସାମ୍ନାକୁ ଆସିଲା ଭିଡିଓ

ମୁମ୍ୱାଇ: ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ଭାଇରସର ଦ୍ବିତୀୟ ଲହର ଜାରି ରହିଛି। ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧,୬୪୩ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୦୨ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୦,୮୫୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ୩ ଲକ୍ଷ ୩୬ ହଜାର ୫୮୪ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୪,୨୮୩କୁ ବୃଦ୍ଧି ପାଇଛି।

ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୭ହଜାର ମାମଲା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ମୁମ୍ବାଇର ଏକ କୋଭିଡ କେନ୍ଦ୍ରର ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ କର୍ମଚାରୀ ମଦ ଓ ଗଞ୍ଜେଇ ପାର୍ଟି କରୁଥିବା ନଜରକୁ ଆସିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

kanpur people consume 61 crore rupees liqour on holi

ଏଭଳି ଘଟଣା ମୁମ୍ୱାଇ ନିକଟରେ ଥିବା କଲ୍ୟାଣ-ଦୋମବିଭାଲ୍ଲୀରେ ମୁନିସପାଲ କର୍ପୋରେସନ ଅଧିନରେ ଥିବା ସଭଲରମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା କୋଭିଡ କେନ୍ଦ୍ରରେ ଘଟିଛି। ଏହି ଘଟଣା ପ୍ରଘଟ ହେବା ପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଯେଉଁ କଣ୍ଟ୍ରାକ୍ଟର କୋଭିଡ କେନ୍ଦ୍ରର ଟେଣ୍ଡର ନେଇଥିଲେ ତାଙ୍କୁ ସଙ୍ଗେସଙ୍ଗେ ସମନ କରାଯାଇଛି ଏବଂ ଭିଡିଓରେ ଦେଖିବାକୁ ମିଳୁଥିବା ଉକ୍ତ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି।

The post କୋଭିଡ କେନ୍ଦ୍ରରେ ମଦ ଓ ଗଞ୍ଜେଇ ପାର୍ଟି ! ସାମ୍ନାକୁ ଆସିଲା ଭିଡିଓ first appeared on Sambad.

from କରୋନା | Sambad https://ift.tt/3sD3YAS

Post a Comment

0 Comments