ଘରୋଇ ଶିକ୍ଷାନୁଷ୍ଠାନରୁ ୨୩ ପଜଟିଭ୍‌

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ କଲେଜରୁ ୨୩ଜଣ ଛାତ୍ରଛାତ୍ରୀ କୋରୋନ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି ସଂପୃକ୍ତ ଶିକ୍ଷାନୁଷ୍ଠାନର ୧୦୦ଜଣଙ୍କ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୨୩ଜଣ କରୋନାରେ ସଂକ୍ରମିତ ଥିବା ଜଣଯାଇଛି। କିନ୍ତୁ ଏନେଇ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲି ନାହାନ୍ତି। ସେହିପରି ଆଇଆଇଟି ଭୁବନେଶ୍ୱରର ୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେମାନେ ଗତ ୨୦/୨୨ ତାରିଖ ଭିତରେ ଶିକ୍ଷାନୁଷ୍ଠାନକୁ ଆସିଥିଲେ। କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କୁ ପୃଥକାବାସରେ ରଖାଯାଇଥିବା କୁହାଯାଉଛି।

The post ଘରୋଇ ଶିକ୍ଷାନୁଷ୍ଠାନରୁ ୨୩ ପଜଟିଭ୍‌ first appeared on Sambad.

from କରୋନା | Sambad https://ift.tt/3creoOn

Post a Comment

0 Comments