ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ୟାପିଟାଲ ହସ୍ପିଟାଲରେ ଥିବା ଟିକାକରଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେଠାରେ ସେ ଲୋକଙ୍କ ସହ କଥା ବି ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶବ୍ୟାପି ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରେ ସଠିକ୍ ଭାବରେ ଚାଲିଛି ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ କୋଭାକସିନ୍ ଦିଆଯାଉଛି। କୋଣସି ପ୍ରକାର ସମସ୍ୟା ନାହିଁ। କ୍ୟାପିଟାଲ ହସ୍ପିଟାଲର ଏହି ବ୍ୟବସ୍ଥା ଦେଖି ତିନିଟି ଜାଗାରେ ଭ୍ୟାକସିନ୍ ଦିଆଯାଉଛି। ଯେତେ ଲୋକ ଭ୍ୟାକସିନ ନେଉଛନ୍ତି କାହାର କିଛି ଅସୁବିଧା ହେଉନାହିଁ।
ଦେଶରେ ଏଯାବତ୍ ସାଢେ ତିନି କୋଟି ଲୋକଙ୍କୁ ଟିକା ଦିଆସରିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଭୁବନେଶ୍ୱର ସାଂସଦ କଥା ହୋଇଥିବା କହିଛନ୍ତି। ଦେଶରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
The post କ୍ୟାପିଟାଲ ହସ୍ପିଟାଲରେ ଥିବା ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ first appeared on Sambad.from କରୋନା | Sambad https://ift.tt/3tIJUgG
0 Comments