ଭୁବନେଶ୍ବର: ଆସନ୍ତା  ମାର୍ଚ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ବିଏମସି କମିସନରଙ୍କ ସୂଚନା ପ୍ରଦାନ କରିଛନ୍ତି ।

ତେବେ ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଏହି ଟିକାକରଣ ହେବ ବୋଲି ସୂଚନା ରହିଛି । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି । ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ ପଞ୍ଜିକରଣ କରାଯାଇପାରିବ । ସୋମବାରଠାରୁ ଅନଲାଇନ ଜରିଆରେ ପଞ୍ଜିକରଣ ହେବ ବୋଲି ସୂଚନା ରହିଛି । ପଞ୍ଜିକରଣ କଲା ପରେ ଲୋକମାନେ ନିଜ ଇଚ୍ଛାରେ ଟିକାଦାନ କେନ୍ଦ୍ର ବାଛି ପାରିବେ । ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡିବନି । ମାତ୍ର ହସ୍ପିଟାଲରେ ଟିକା ନେଲେ ଅର୍ଥ ଦେବାକୁ ପଡ଼ିବ ବୋଲି ସୂଚନା ରହିଛି। ଘରୋଇ ହସ୍ପିଟାଲ୍‌ରେ ୧୦୦ ଟଙ୍କା ଦେଇ ଟିକା ନେଇ ହେବ।

The post ଆସନ୍ତା ପହିଲାରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବୟସ୍କଙ୍କୁ ମିଳିବ ଟିକା first appeared on Sambad.



from କରୋନା – Sambad https://ift.tt/37SmmNT