
ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ରାଜ୍ୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିସନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ୬ ତାରିଖ ଦିନ ସମସ୍ତ ବରିଷ୍ଠ ଅଧିକାରୀ ଟିକା ଗ୍ରହଣ କରିବେ। ପୁଲିସ୍ ମହାନିର୍ଦ୍ଦେଶକ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନେ ଟିକା ନେବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟିକାକରଣ ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଏଥିସହ ବରିଷ୍ଠ ଅଧିକାରୀମାନେ ଟିକା ନେବା ପରେ ଫଟୋ ସହିତ ଟୁଇଟ୍ କରିବେ। ଏହି ଟିକା ସୁରକ୍ଷିତ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେମାନେ ଜଣାଇବେ।ଏହାଫଳରେ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ଏବଂ ଆତ୍ମବିଶ୍ୱାସ ସୃଷ୍ଟି ହେବ ଏବଂ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆବଶ୍ୟକୀୟ ଗତି ପାଇବ ବୋଲି କୁହାଯାଇଛି।
ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଚିଠିରେ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚୟନ କରାଯାଉ। କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସ୍ବାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନ ହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି। ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଟଙ୍କା ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
The post ଆସନ୍ତା ୬ ତାରିଖରେ ପୁଲିସ ଡିଜିଙ୍କ ସମେତ ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ନେବେ କରୋନା ଟିକା first appeared on Sambad.
from କରୋନା – Sambad https://ift.tt/3pV6xwS
0 Comments