ଚେନ୍ନାଇ: ଏଇ ବର୍ଷକ ଭିତରେ ଦେଶରେ କୋଭିଡ୍‌ରେ ପ୍ରାଣ ହରାଇଥିବା ଡାକ୍ତରମାନଙ୍କ ସଂଖ୍ୟାକୁ ସରକାର ଠିକ୍‌ରେ ଉପସ୍ଥାପନ ନକରି ତାହାକୁ ଅଣଦେଖା କରୁଥିବାରୁ ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅପରପକ୍ଷେ, ମହାମାରୀ କୋଭିଡ୍‌ରେ ମାତ୍ର ୧୬୨ ଜଣ ଡାକ୍ତର ଆଖି ବୁଜିଛନ୍ତି ବୋଲି ସରକାର କହୁଥିବା ବେଳେ ବାସ୍ତବରେ ୭୪୪ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି ବୋଲି ଆଏଏମ୍‌ ଦାବି କରିବା ସହ ମୃତ ଡାକ୍ତରଙ୍କର ତାଲିକା ମଧ୍ୟ ପ୍ରକାଶ କରିଛି। ସେହିପରି ସରକାର ସଂପୃକ୍ତ ଡାକ୍ତରଙ୍କମାନଙ୍କୁ ଏପରି ଅଣଦେଖା କରିବା ସହ ସେମାନଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାରେ ଟାଳଟୁଳ ନୀତି ଆପଣାଇଥିବାରୁ ସଂଘର ସଭାପତି ଡା. ଜେ ଏ ଜୟଲାଲ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ସଂପୃକ୍ତ ଡାକ୍ତରମାନଙ୍କ ଅବଦାନକୁ ପ୍ରାଧାନ୍ୟ ଦେଇ ଏ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଡା. ଜୟଲାଲ୍‌ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଚିଠି କରିଛନ୍ତି। ମଙ୍ଗଳବାର ରାଜ୍ୟସଭାରେ କେରଳ ସାଂସଦ ବିନୟ ବିଶ୍ବମ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ କୋଭିଡ୍‌ରେ ଏଯାଏ ୧୬୨ ଡାକ୍ତର, ୧୦୭ ନର୍ସ ଓ ୪୪ ଜଣ ଆଶା କର୍ମୀଙ୍କର ପରଲୋକ ଘଟିଛି।

The post କୋଭିଡ୍‌ ୭୪୪ ଡାକ୍ତରଙ୍କ ଜୀବନ ନେଇଛି: ଆଇଏମ୍‌ଏ first appeared on Sambad.



from କରୋନା – Sambad https://ift.tt/2NVgUT0