
ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ବିତୀୟ ଲହର ଆଶଙ୍କାରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ ସେଣ୍ଟର କରିବ ବିଏମ୍ସି। ଏଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ। ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି ସୂଚନା ରହିିଛି।
ଏ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି, ‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ, ପୂର୍ଵ ମାସ ଭଳି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ। ଏବେ ସତର୍କତା ପଦକ୍ଷେପ ନିଆଯାଉଛି, ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇଛି ଏବଂ ଆକ୍ରାନ୍ତମାନଙ୍କର ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଙ୍ଗ, ଡିଟେଲ କଣ୍ଟାକ୍ଟ ଟ୍ରେସିଙ୍ଗ କାଲିଠାରୁ କରାଯାଉଛି। ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଛି, ଯେଉଁ ଅଂଚଳରୁ ଅଧିକ ପଜିଟିଭ ବାହାରୁଛନ୍ତି ସେ ଅଂଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚାଲିଛି। ଆମେ ସବୁ ଉପରେ ନଜର ରଖିଛୁ, ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି। ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ଅଛି।’
The post କରୋନା ସଂକ୍ରମଣ ଦ୍ବିତୀୟ ଲହର ଆଶଙ୍କା: ଭୁବନେଶ୍ୱର ବିମାନବନ୍ଦରରେ ବିଏମ୍ସି କରିବ ଟେଷ୍ଟିଂ ସେଣ୍ଟର first appeared on Sambad.
from କରୋନା – Sambad https://ift.tt/2MpYf1u
0 Comments