ତିନି ମାସ ଅନ୍ତରରେ ଅକ୍ସଫୋର୍ଡ ଟିକା ଅଧିକ ଫଳପ୍ରଦ

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଦ୍ବିତୀୟ ମାତ୍ରା ୬ ସପ୍ତାହ ବ୍ୟବଧାନରେ ନେବା ଅପେକ୍ଷା ପ୍ରଥମ ମାତ୍ରା ନେବାର ୩ ମାସ ପରେ ନେଲେ ତାହା ଅଧିକ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଏପରିକି ଏହି ସମୟ ମଧ୍ୟରେ ଟିକାର ପ୍ରଥମ ମାତ୍ରା ମହାମାରୀ କୋଭିଡ୍‌ ବିରୋଧରେ ୭୬ ପ୍ରତିଶତ ସୁରକ୍ଷା ଯୋଗାଇପାରୁଛି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି। ସ୍ବାସ୍ଥ୍ୟଭିତ୍ତିକ ପତ୍ରିକା ଲାନ୍‌ସେଟ୍‌ରେ ପ୍ରକାଶିତ ଏ ସଂକ୍ରାନ୍ତ ସର୍ବେକ୍ଷଣ ଅନୁଯାୟୀ, ୟୁକେ, ବ୍ରାଜିଲ୍‌ ଓ ଦକ୍ଷିଣ ଆଫ୍ରିକାର ମୋଟ ୧୭,୧୭୮ ଜଣ ହିତାଧିକାରୀଙ୍କ ଠାରେ ଉକ୍ତ ଟିକାର ୩ଟି ମାତ୍ରା ଭିନ୍ନ ଭିନ୍ନ ସମୟ ବ୍ୟବଧାନରେ ପ୍ରୟୋଗ କରାଯାଇ ଏପରି ନିର୍ଯାସ ମିଳିପାରିଛି। ଏ ପରିପ୍ରେକ୍ଷୀରେ ଦ୍ବିତୀୟ ମାତ୍ରାର ବ୍ୟବଧାନକୁ ତିନି ମାସ ଯାଏ ସମ୍ପ୍ରସାରିତ କରିବାକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ମୁଖ୍ୟ ଗବେଷକ ଆଣ୍ଡ୍ର୍ୟୁ ପୋଲାର୍ଡ ପରାମର୍ଶ କରିଛନ୍ତି।

The post ତିନି ମାସ ଅନ୍ତରରେ ଅକ୍ସଫୋର୍ଡ ଟିକା ଅଧିକ ଫଳପ୍ରଦ first appeared on Sambad.



from କରୋନା – Sambad https://ift.tt/3sfP430

Post a Comment

0 Comments