
ଚଣ୍ଡିଗଡ଼: ମଦ ଓ ସିଗାରେଟ ସେବନ କରୁଥିବା ବ୍ୟକ୍ତି ଯଦି କରୋନାର ଶିକାର ହୁଅନ୍ତି ତେବେ ସୁସ୍ଥ ହେବାକୁ ଅଧିକ ସମୟ ଲାଗେ | ଏକ ଅନୁସନ୍ଧାନରୁ ଏବାବଦରେ ଜଣାପଡିଛି | ପିଜିଆଇ ଚଣ୍ଡିଗଡ଼ର ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ମଦ୍ୟପାନ ଏବଂ ତମାଖୁ ସେବନ କରନ୍ତି, ଯଦି ସେମାନେ କରୋନା ପଜିଟିଭ ହୁଅନ୍ତି ତେବେ କରୋନାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିଥାଏ | ପିଜିଆଇ ଚଣ୍ଡିଗଡ଼ର ଡାକ୍ତରଙ୍କ ଅଧ୍ୟୟନ ରିପୋର୍ଟରେ ଏହା ଦାବି କରାଯାଇଛି।
ପିଜିଆଇର ସାଇକୋଲୋଜିକାଲ୍ ବିଭାଗ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି | ୧୦୦ ରୁ ଅଧିକ ରୋଗୀଙ୍କ ଉପରେ ଡାକ୍ତରଙ୍କ ଦଳ ଏହି ଅନୁସନ୍ଧାନ କରିଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ ପିଜିଆଇରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଯେଉଁମାନେ ମଦ୍ୟପାନ କିମ୍ବା ତମାଖୁ ସେବନ କରୁଥିଲେ ସେମାନଙ୍କ ରିପୋର୍ଟ ନକାରାତ୍ମକ ହେବାକୁ ଅଧିକ ସମୟ ଲାଗୁଥିଲା।
ଯେଉଁମାନେ ଏହି ମଦ୍ୟପାନ ଓ ସିଗାରେଟ ସେବନ କରୁନଥିଲେ, ସେମାନେ ଶୀଘ୍ର ସୁସ୍ଥ ହୋଇଥିବାବେଳେ ୧୫ ଦିନ ମଧ୍ୟରେ ସେମାନଙ୍କର କୋଭିଡ ନେଗେଟିଭ ରିପୋର୍ଟ ଆସିଥିଲା | ଯେଉଁମାନେ ସିଗାରେଟ ସେବନ ଓ ମଦ୍ୟପାନ କରୁଥିଲେ ସେମାନଙ୍କୁ ସୁସ୍ଥ ହେବାକୁ ୨୫ ରୁ ୩୦ ଦିନ ସମୟ ଲାଗିଥିଲା | ଅନୁଧ୍ୟାନକରି ଦଳର ମୁଖ୍ୟ ଡାକ୍ତର ସନ୍ଦୀପ ଗ୍ରୋଭରଙ୍କ କହିବା ଅନୁଯାୟୀ, ଯେଉଁମାନେ ମଦ୍ୟପାନ ଓ ସିଗାରେଟ ସେବନ କରନ୍ତି ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିଛି |
The post ମଦ-ସିଗାରେଟ ସେବନ କରୁଥିଲେ କରୋନାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗେ: ରିପୋର୍ଟ first appeared on Sambad.
from କରୋନା – Sambad https://ift.tt/2ZUF0zY
0 Comments