ବ୍ରହ୍ମପୁର/ଛତ୍ରପୁର : କିଛିମାସରେ ବ୍ୟବଧାନ ପରେ ଗଞ୍ଜାମକୁ ଫେରିଛି କଟକଣା। ଜିଲ୍ଲାରେ ନିୟନ୍ତ୍ରଣରେ ରହିଥିଲେ ହେଁ ଦେଶର ମହରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ କରୋନା ପୁଣି କାୟା ମେଲିଥିବାରୁ ପ୍ରତିଷେଧ ମୂଳକ ପଦକ୍ଷେପ ସ୍ବରୁପ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟସରକାର ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ବତନ୍ତ୍ର ନିୟମବାଳୀ ଜାରି କରାଯାଇଛି। ସ୍ବଚ୍ଛତା, ସାମଜିକ ଦୂରତା ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ବାହାରକୁ ବାହାରିବା କ୍ଷଣି ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ବଜାର, ଧାର୍ମିକ ଅନୁଷ୍ଠାନ ଆଦି ସ୍ଥାନରେ କୋଭିଡ଼୍‌ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ଼୍‌ କଟକଣାକୁ କଡ଼ାକଡ଼ି କରିବା ଲାଗି କୁହାଯାଇଛି। ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତ୍ୟାମୂଳକ। ଅଫିସକୁ ପ୍ରବେଶ ବେଳେ କର୍ମଚାରୀ ପ୍ରବେଶ ପଥରେ ହାତ‌ ଧୋଇବେ କିମ୍ବା ହାତକୁ ସାନିଟାଇଜ କରିବେ। କାର୍ଯ୍ୟାଳୟରେ ସାମଜିକ ଦୂରତା ଅବଲମ୍ବନକୁ ସୁନିଶ୍ଚିତ କରାଇବେ। ସନ୍ଦିଗ୍ଧ ମାନଙ୍କୁ ପରୀକ୍ଷା କରିବା ନିମନ୍ତେ ତୁରନ୍ତ ଚିହ୍ନଟ କରିବା ଲାଗି ଆଶା, ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

The post ଗଞ୍ଜାମକୁ ଫେରିଲା କଟକଣା first appeared on Sambad.



from କରୋନା – Sambad https://ift.tt/3dwUxOL