ଆଜି ରାଜ୍ୟରୁ ୧୩୮ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୨୩୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

ଆଜି ସୁନ୍ଦରଗଡ଼ରୁ ୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୧୮ଜଣ, କଟକରୁ ୧୫ଜଣ, ସମ୍ବଲପୁରରୁ ୧୦ଜଣ, ନୂଆପଡ଼ାରୁ ୮ଜଣ, ଅନୁଗୁଳରୁ ୭ଜଣ, ବାଲେଶ୍ବରରୁ ୭ଜଣ, ଭଦ୍ରକରୁ ୭ଜଣ, ପୁରୀରୁ ୭ଜଣ, କଳାହାଣ୍ଡିରୁ ୬ଜଣ, ଝାରସୁଗୁଡ଼ାରୁ ୫ଜଣ, ଯାଜପୁରରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ନବରଙ୍ଗପୁରରୁ ୩ଜଣ, ରାୟଗଡ଼ାରୁ ୩ଜଣ, ଢ଼େଙ୍କାନାଳରୁ ୨ଜଣ, ଜଗତସିଂହପୁରରୁ ୨ଜଣ, କନ୍ଧମାଳରୁ ୨ଜଣ, କେନ୍ଦୁଝରରୁ ୨ଜଣ, ଖୋର୍ଧାରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, ବଲାଙ୍ଗୀରରୁ ଜଣେ, ଗଞ୍ଜାମରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରୁ ୧୩୮ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ first appeared on Sambad.



from କରୋନା – Sambad https://ift.tt/3oP1sVz

Post a Comment

0 Comments