ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ହେବ।
ଏଥିସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ମହାମାରୀ ପ୍ରତି ଗାଁର ପ୍ରତି ବ୍ୟକ୍ତିକୁ ପ୍ରଭାବିତ କରିଛି। ଆମେ ଦୃଢ଼ତାର ସହ ଏହାର ମୁକାବିଲା କରିଛୁ। ଓଡ଼ିଶା କୋଭିଡକୁ ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା କରିଥିଲା। ରାଜ୍ୟରେ ଲକଡାଉନ ଘୋଷଣା କରିଥିଲା। କୋଭିଡ ସମୟରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି। କୋଭିଡ ମୁକାବିଲା ପାଇଁ ଓଡିଶା ପ୍ରଶଂସିତ ହୋଇଛି।
କୋଭିଡ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ୭.୩ ପ୍ରତିଶତ ରାଜସ୍ବ ସଂଗ୍ରହ ବଢ଼ିଛି। ଶ୍ରୀକ୍ଷେତ୍ର ପୁରୀ, ଏକାମ୍ର କ୍ଷେତ୍ର, ସମଲେଶ୍ବରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି। ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି। ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପିର ନେତାମାନେ କକ୍ଷତ୍ୟାଗ କରିଥିଲେ। ବାଚସ୍ପତି ଗୃହକୁ ଆସନ୍ତା ସୋମବାର ୧୦ଟା ୩୦ ଯାଏ ମୁଲତବୀ ରଖିଛନ୍ତି।
The post ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କୋଭିଡ ଗାଇଡଲାଇନ ମାନିବାକୁ ଦେଲେ ଆହ୍ୱାନ first appeared on Sambad.
from କରୋନା – Sambad https://ift.tt/3dCwHBf
0 Comments