ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୁଲିସ ଡିଜି; କମିସନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’

ଭୁବନେଶ୍ୱର: ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଜାରି ରହିଛି ଟିକାକରଣ। କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଛନ୍ତି ଆଗଧାଡ଼ିର ଯୋଦ୍ଧା। ଏଥିସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ପ୍ରଶସନର ବରିଷ୍ଠ ଅଧିକାରୀ ଟିକା ଗ୍ରହଣ କରିଛନ୍ତି। ପୁଲିସ ଡିଜି ଅଭୟ ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି। ସେ ଟିକାକରଣକୁ ପ୍ରଶଂସା କରିଛନ୍ତି । ସେପଟେ ପୁଲିସ କମିସନର ଡ.ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତି- ‘ଗୁଳିକୁ ଡରିନୁ, ଟିକାକୁ କାହିଁକି ଡରିବୁ’।

Sambad

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଥିବା ବେଳେ ଟିକା ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଆଗେଇ ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି ଟିକା ନେଇଛନ୍ତି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ଯାଏଁ ସେମାନେ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ। ଏହା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି- ଡରନ୍ତୁ ନାହିଁ, ଟିକା ନିଅନ୍ତୁ। ସେହିପରି ଭୁବନେଶ୍ୱରରେ ମଧ୍ୟ ଟିକାକରଣ ଜାରି ରହିଛି।

ଏସବୁ ଭିତରେ ବରିଷ୍ଠ ଅଧିକାରୀମାନେ ଟିକା ନେବା ବେଳର ଫଟୋ ଟୁଇଟରରେ ଅପଲୋଡ କରିବାକୁ କୁହାଯାଇଛି। ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବା ସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢ଼ିବ। ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

The post ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି : ଟିକାକରଣକୁ ପ୍ରଶଂସା କଲେ ପୁଲିସ ଡିଜି; କମିସନର କହିଲେ, ‘ଗୁଳିକୁ ଡରୁନୁ, ଟିକାକୁ କାହିଁକି ଡରିବୁ’ first appeared on Sambad.



from କରୋନା – Sambad https://ift.tt/3tvPIus

Post a Comment

0 Comments