ନୂଆଦିଲ୍ଲୀ: ପିଲାମାନଙ୍କୁ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ ଦେବା ଲାଗି ଭାରତୀୟ ଡ୍ରଗ୍‌ କଣ୍ଟ୍ରୋଲର୍‌ ଅନୁମତି ଦେଇ ନାହାନ୍ତି।

୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ଉପରେ କୋଭିଡ୍‌ ନିରୋଧୀ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ହାଇଦ୍ରାବାଦର ‘ଭାରତ ବାୟୋଟେକ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ଦାଖଲ କରିଥିବା ଆବେଦନର ବୁଧବାର ଦିନ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡସ୍‌ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ ଶୁଣାଣି କରିଥିଲେ। କିନ୍ତୁ, ପିଲାଙ୍କ ଦେହରେ ପରୀକ୍ଷା କରିବା ଲାଗି ଅନୁମତି ପାଇବା ପୂର୍ବରୁ ପ୍ରାପ୍ତ ବୟସ୍କମାନଙ୍କ ଉପରେ ହୋଇଥିବା ପରୀକ୍ଷାର ଫଳପ୍ରଦତା ତଥ୍ୟ ଦାଖଲ କରିବା ଲାଗି କମିଟି କମ୍ପାନିକୁ କହିଛି।

Image Courtesy of The Indian Express

ଜଣେ ସରକାରୀ ଅଧିକାରୀ କହିଛନ୍ତି, ଫଳପ୍ରଦତା ତଥ୍ୟାବଳୀ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆହୁରି ଅନୁମତି ପାଇବାକୁ ହେଲେ କମ୍ପାନିକୁ ବିଶେଷଜ୍ଞମାନଙ୍କ ପାଖରେ ଉକ୍ତ ତଥ୍ୟାବଳୀ ଦାଖଲ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, କମ୍ପାନି ଦାଖଲ କରିଥିବା ନିରାପତ୍ତା ଓ ‘ଇମ୍ୟୁନୋଜେନିସିଟି’ ତଥ୍ୟକୁ ଆଧାର କରି ପ୍ରାପ୍ତ ବୟସ୍କମାନଙ୍କ ଶରୀରରେ ପରୀକ୍ଷା ପାଇଁ କୋଭାକ୍ସିନ୍‌କୁ ଭାରତରେ ଅନୁମତି ମିଳିଛି।

କମ୍ପାନି ଏପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଫଳପ୍ରଦତାର ତଥ୍ୟାବଳୀ ଦାଖଲ କରିନାହିଁ। ‘ଆଇସିଏମ୍‌ଆର୍‌’ ସହ ମିଳିତ ଭାବେ ଭାରତ ବାୟୋଟେକ୍‌ ‘କୋଭାକ୍ସିନ୍‌’ ପ୍ରସ୍ତୁତ କରିଛି।

The post ପିଲାଙ୍କ ଦେହରେ ପରୀକ୍ଷା ପୂର୍ବରୁ କୋଭାକ୍ସିନ୍‌ର ଫଳପ୍ରଦତାର ତଥ୍ୟ ଦାଖଲ ପାଇଁ ଭାରତ ବାୟୋଟେକ୍‌କୁ କହିଲେ ବିଶେଷଜ୍ଞ କମିଟି first appeared on Sambad.



from କରୋନା – Sambad https://ift.tt/2PdTIQR