ନାଗପୁର: ସ୍ୱଦେଶୀ କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ର ନିର୍ମାତା ଭାରତ ବାୟୋଟେକ୍‌ ଏ ବର୍ଷ ଫେବ୍ରୁଆରି ଶେଷ କିଂବା ମାର୍ଚ ପ୍ରାରମ୍ଭରେ ପିଲାମାନଙ୍କ ଦେହରେ ଟିକା ପରୀକ୍ଷା ଆରମ୍ଭ କରିବ।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ୨ ରୁ ୮ବର୍ଷ ବୟସ ବର୍ଗର ପିଲାମାନଙ୍କ ଦେହରେ ହେବାକୁ ଥିବା ଏହି ଟିକା ପରୀକ୍ଷା ନିମନ୍ତେ ସହରର ଏକ ଅଗ୍ରଣୀ ଶିଶୁ ଚିକିତ୍ସାଳୟକୁ ଚିହ୍ନିତ କରାଯାଇଛି। ଭାରତ ସରକାରଙ୍କ ଠାରୁ ଅନୁମୋଦନ ପାଇବା ପରେ ହାଇଦ୍ରାବାଦରେ ଅବସ୍ଥିତ ଭାରତ ବାୟୋଟେକ୍‌ ଖୁବ୍‌ ଶୀଘ୍ର ପରୀକ୍ଷା ଆରମ୍ଭ କରିବ।

ଜାନୁଆରିରେ ଭାରତ ବାୟୋଟେକ୍‌ର ଏମ୍‌ଡି କୃଷ୍ଣ ଏଲ୍ଲା କହିଥିଲେ ଯେ, ଆସନ୍ତା ଚାରି ମାସ ମଧ୍ୟରେ ବା ୨୦୨୧ ମେ’ ସୁଦ୍ଧା ପିଲାଙ୍କ ନିମନ୍ତେ ଟିକା ପ୍ରସ୍ତୁତି ହୋଇଯିବ।

Image Courtesy of India TV

ଏହି ଟିକା ପରୀକ୍ଷାର ସଂଯୋଜକ ଡାକ୍ତର ଆଶିଷ ତାଞ୍ଜେ କହନ୍ତି, କୁନିପିଲାଙ୍କ ଠାରୁ ଆରମ୍ଭ କରି ତରୁଣଙ୍କ ପର୍ଯ୍ୟନ୍ତ ବୟସବର୍ଗର ପିଲାମାନଙ୍କ ଦେହରେ ଏହି ଟିକା ପରୀକ୍ଷଣ ହେବ ବିଶ୍ୱରେ ପ୍ରଥମ।

ଡାକ୍ତର ତାଞ୍ଜେ ଆହୁରି ମଧ୍ୟ କହିଛନ୍ତି, ‘କୋଭାକ୍ସିନ୍‌’ର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣର ଅନ୍ୟତମ ସ୍ଥାନ ଥିଲା ନାଗପୁର।

ତାଙ୍କ କହିବା ଅନୁସାରେ, ୨ରୁ ୫ବର୍ଷ, ୬ରୁ ୧୨ ବର୍ଷ ଏବଂ ୧୨ରୁ ୧୮ ବର୍ଷ ବୟସ ବର୍ଗରେ ‘କୋଭାକ୍ସିନ୍‌’ ପରୀକ୍ଷା କରାଯିବ। ତେଣୁ ଏଥିପାଇଁ ସ୍ୱତନ୍ତ୍ର ନିୟମ ଲାଗୁ ହେବ। କୋଭିଡ୍‌-୧୯ ଲଢ଼େଇରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା।

ଆନ୍ତର୍ଜାତିକ ନିୟମ ଆଧାରରେ, କେବଳ ନିଷ୍କ୍ରିୟ କରାଯାଇଥିବା ଭୂତାଣୁସମ୍ବଳିତ ଟିକା ୧୬ ବର୍ଷରୁ କମ୍‌ ବୟସବର୍ଗର ପିଲାମାନଙ୍କୁ ଦିଆଯାଇ ପାରିବ। ସେହି ଆଧାରରେ ‘କୋଭାକ୍ସିନ୍‌’ ହିଁ ପିଲାମାନଙ୍କ ନିମନ୍ତେ ପ୍ରକୃଷ୍ଟ ଟିକା।

The post ଖୁବ୍‌ ଶୀଘ୍ର ନାଗପୁରରେ ପିଲାଙ୍କ ଦେହରେ ପରୀକ୍ଷା କରାଯିବ ‘କୋଭାକ୍ସିନ୍‌’ first appeared on Sambad.



from କରୋନା – Sambad https://ift.tt/3oY5w5C