
ନୂଆଦିଲ୍ଲୀ: କରୋନା ଭାଇରସକୁ ମୁକାବିଲା କରିବା ପାଇଁ ଦେଶରେ ଚାଲିଥିବା କରୋନା ଟିକାକରଣ ଅଭିଯାନ ଆସନ୍ତା ଶନିବାର-ରବିବାର ଦିନ(ଫେବୃୟାରୀ ୨୭-୨୮) ଅନୁଷ୍ଠିତ ହେବ ନାହିଁ | ବାସ୍ତବରେ, ଏହି ଦୁଇ ଦିନ ମଧ୍ୟରେ ସରକାର କୋ-ୱିନ ଆପକୁ ୧.୦ ରୁ ୨.୦ କୁ ଅପଗ୍ରେଡ଼ କରିବେ | ଏହି କାରଣରୁ ଆସନ୍ତା ଦୁଇ ଦିନ ପାଇଁ କରୋନା ଟିକାକରଣ କରାଯିବ ନାହିଁ | ସୂଚନା ମୁତାବକ ଜାନୁଆରୀ ୧୬ ରୁ ଦେଶରେ କରୋନା ଟିକାକରଣ ଅଭିଯାନ ଚାଲିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ୧ କୋଟି ୩୪ ଲକ୍ଷ ୭୨ ହଜାର ଲୋକଙ୍କୁ କରୋନା ଟିକା ଦିଆଯାଇଛି। ମାର୍ଚ୍ଚ ୧ ରୁ ଏହି ଅଭିଯାନ ବୃଦ୍ଧି କରାଯିବ।
ଯାହା ପରେ ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ପୂର୍ବରୁ କୌଣସି ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ | ମନ୍ତ୍ରଣାଳୟ କହିଛି ଯେ ୨୭ ଏବଂ ୨୮ ଫେବୃଆରୀରେ କୋ-ୱିନ୍ ଆପ୍ ୧.୦ ରୁ ୨.୦ ରେ ଅପଗ୍ରେଡ଼ ହେବ। ଏହି କାରଣରୁ ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ଦେଶରେ କରୋନା ଟିକାକରଣ ବନ୍ଦ ରହିବ। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ବିଷୟରେ ଏ ବିଷୟରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ, ଭଲ ଭାବରେ ଟିକାକରଣ ଅଭିଯାନ ଚଳାଇବା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ଘଟିଛି।
ଗତ ଦୁଇ ଦିନ ହେଲା ଦେଶରେ ୧୬,୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ପଞ୍ଜିକୃତ ହୋଇଛନ୍ତି। ଏହି କାରଣରୁ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷରେ ପହଂଚିଛି | ଆଉ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୧ ଲକ୍ଷ ୫୬ ହଜାର ୮୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ଡାକ୍ତରଖାନାରେ ୧,୫୫,୯୮୬ ଜଣ ଲୋକ ଚିକିତ୍ସିତ ହେଉଛନ୍ତି।
The post ଏହି କାରଣ ପାଇଁ ଆସନ୍ତା ଶନିବାର ଓ ରବିବାର ସାରା ଦେଶରେ ବନ୍ଦ ରହିବ କରୋନା ଟିକାକରଣ first appeared on Sambad.
from କରୋନା – Sambad https://ift.tt/3sndibw
0 Comments