
ଅମରାବତୀ(ଆନ୍ଧ୍ରପ୍ରଦେଶ) : ଅଦ୍ୟାବଧି ବିଶ୍ବର ୧୫ଟି ଦେଶରେ ଭାରତ ପ୍ରସ୍ତୁତ କୋଭିଡ୍ ଟିକା ପହଞ୍ଚିଗଲାଣି ଏବଂ ତାହା ପାଇବା ପାଇଁ ଆହୁରି ୨୫ଟି ଦେଶ ଧା଼ଡ଼ି ଲଗାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ତେବେ ଭାରତୀୟ ଟିକା ଲୋଡୁଥିବା ଏହି ଦେଶମାନଙ୍କ ମଧ୍ୟରେ ତିନି ପ୍ରକାର ଆଶାୟୀ ଅଛନ୍ତି। ସେମାନେ ହେଲେ ଗରିବ ରାଷ୍ଟ୍ର, ଟିକା ଦର ସୁହାଉଥିବା ଦେଶ ଏବଂ ଟିକାନିର୍ମାତା କମ୍ପାନି ସହ ସିଧାସଳଖ ଯୋଗସୂତ୍ର ରଖିଥିବା ଦେଶ। ଏହି କ୍ରମରେ କିଛି ଗରିବ ଦେଶକୁ ଅନୁଦାନ ଭାବରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ପ୍ରାୟ ୫୦ ଲକ୍ଷ ମାତ୍ରା ଯୋଗାଇ ଦିଆଯାଇଥିବା ବେଳେ ଭାରତୀୟ ଟିକାର ଶସ୍ତା ଦର ଦେଖି ଅନେକ ଆଗ୍ରହ ପ୍ରକାଶ କରିଛନ୍ତି। ସେହିପରି ବ୍ୟାବସାୟିକ ଭିତ୍ତିରେ ଟିକା ନେବା ପାଇଁ କିଛି ଦେଶ ମଧ୍ୟ ସଂପୃକ୍ତ କମ୍ପାନିମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ବୋଲି ଜୟଶଙ୍କର କହିଛନ୍ତି।
ସୂଚନାଯୋଗ୍ୟ, ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା କୋଭିସିଲ୍ଡ ନାମରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରଜେନେକା ବିକଶିତ ଟିକା ଏବଂ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ବାରା ବିକଶିତ ଓ ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ସରକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି ଏବଂ ଦେଶରେ ଜାରି ରହିଥିବା ଟିକାକରଣରେ ଏହି ଦୁଇଟି ଟିକା ସାମିଲ ହୋଇଛନ୍ତି। ଅପରପକ୍ଷେ, ରୁଷିଆ ସରକାରଙ୍କ ଦ୍ବାରା ବିକଶିତ ‘ସ୍ପୁଟନିକ୍-ଭି’ ଟିକାକୁ ଭାରତରେ ପ୍ରସ୍ତୁତ କରୁଥିବା ଡ. ରେଡି’ସ୍ ଲାବୋରାଟରି ପକ୍ଷରୁ ତାହାର ଜରୁରୀକାଳୀନ ବ୍ୟବହାର ପାଇଁ ସରକାରଙ୍କ ଠାରୁ ଖୁବ୍ ଶୀଘ୍ର ଅନୁମତି ଲୋଡ଼ାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
The post ଭାରତ ଟିକା ପାଇଁ ଧାଡ଼ିରେ ୨୫ ଦେଶ first appeared on Sambad.
from କରୋନା – Sambad https://ift.tt/3p4Be1r
0 Comments