କୋଭିଡ୍‌-୧୯ ମହାମାରୀରେ ଦେଶର ୧୬୨ ଡାକ୍ତର ଓ ୧୦୭ ନର୍ସ ପ୍ରାଣ ହରାଇଛନ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀରେ ଏପର୍ଯ୍ୟନ୍ତ ଦେଶର ୧୬୨ ଜଣ ଡାକ୍ତର, ୧୦୭ ଜଣ ନର୍ସ ଏବଂ ୪୪ ଜଣ ଆଶା କର୍ମୀ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଏହି ଆକଳନ ଜାନୁଆରି ୨୨ ପର୍ଯ୍ୟନ୍ତ ରାଜ୍ୟଗୁଡିକରୁ ମିଳିଥିବା ତଥ୍ୟ ଉପରେ ଆଧାରିତ।

କୋଭିଡ୍‌-୧୯ ମହାମାରୀ ଯୋଗୁଁ ଦେଶରେ ମୃତ୍ୟୁବରଣ କରିଥିବା ଡାକ୍ତର, ନର୍ସ ଏବଂ ଆଶା କର୍ମଚାରୀଙ୍କ ସମେତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସଂଖ୍ୟା ଉପରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସଂସଦର ରାଜ୍ୟସଭାରେ ଆଜି (ମଙ୍ଗଳବାର) ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ଦ୍ୱାରା କୋଭିଡ୍‌-୧୯ କାରଣରୁ ମୃତ୍ୟୁବରଣ କରିଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସଂଖ୍ୟା ସଂପର୍କରେ ଉପସ୍ଥାପିତ ହୋଇଥିବା ତଥ୍ୟକୁ ମନ୍ତ୍ରାଳୟ ପକ୍ଷରୁ ଗ୍ରହଣ କରାଯିବା ସହ ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ଯେ ବୀମା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌବେ କହିଛନ୍ତି। ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ମୃତ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ବର୍ଗ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେ ଦିଗରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି।

The post କୋଭିଡ୍‌-୧୯ ମହାମାରୀରେ ଦେଶର ୧୬୨ ଡାକ୍ତର ଓ ୧୦୭ ନର୍ସ ପ୍ରାଣ ହରାଇଛନ୍ତି first appeared on Sambad.



from କରୋନା – Sambad https://ift.tt/3jbjeRG

Post a Comment

0 Comments