କୋଭିଡ୍‌-୧୯ ଭୂତାଣୁର ନୂଆ ଭାରତୀୟ ‘ଷ୍ଟ୍ରେନ୍‌’ ଅଧିକ ସଂକ୍ରମଣଶୀଳ ହୋଇପାରେ: ‘ଏମ୍‌ସ୍‌’ ମୁଖ୍ୟ

ନୂଆଦିଲ୍ଲୀ: ଭାତରେ କୋରୋନାଭାଇରସ୍‌ ‘ହର୍ଡ ଇମ୍ୟୁନିଟି’ ଏକ ଭ୍ରାନ୍ତ ଧାରଣା। କାରଣ ଦେଶର ସମୁଦାୟ ଜନତାଙ୍କୁ ସୁରକ୍ଷିତ ରଖିବାକୁ ଅନ୍ୟୂନ ୮୦% ଲୋକଙ୍କ ଶରୀରେ ‘ଆଣ୍ଟିବଡି’ ସୃଷ୍ଟି ହେବା ଆବଶ୍ୟକ ବୋଲି ଶନିବାର ଦିନ ‘ଏନ୍‌ଡିଟିଭି’କୁ କହିଛନ୍ତି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ।

ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ନୂଆ ‘ଷ୍ଟ୍ରେନ୍‌’ ପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି। ଏହି ନୂଆ ‘ଷ୍ଟ୍ରେନ୍‌’ର ଭୂତାଣୁ ଅଧିକ ସଂକ୍ରମଣଶୀଳ ହେବା ସହ ବିପଜ୍ଜନକ ହୋଇପାରେ। କରୋନାଭାଇରସ୍‌ ବିପକ୍ଷରେ ଆଣ୍ଟିବଡି ବିକଶିତ କରି ସାରିଥିବା ବ୍ୟକ୍ତିବିଶେଷଙ୍କ ଶରୀରରେ ମଧ୍ୟ ଏହି ନୂଆ ଷ୍ଟ୍ରେନ୍‌ ପୁନଃସଂକ୍ରମଣର କାରଣ ହୋଇପାରେ ବୋଲି ସେ କହିଛନ୍ତି।

‘ହର୍ଡ ଇମ୍ୟୁନିଟି କାହିଁକି ହାସଲ କରି ହେବନାହିଁ ବୋଲି ପଚରାଯିବାରୁ, ଡାକ୍ତର ଗୁଲେରିଆ କହିଲେ ଯେ, ଭୂତାଣୁର ଏହି ଗୁଣସୂତ୍ର କ୍ରମ ପରିବର୍ତ୍ତନରେ ‘ରୋଗ ପ୍ରତିରୋଧକ ଶକ୍ତି ବ୍ୟବସ୍ଥା’ ଏଡ଼ାଇ ଯିବାର ସାମର୍ଥ୍ୟ ରହିଛି।

ଏଥିପାଇଁ ଭାରତ ପରୀକ୍ଷା, କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌ ଏବଂ ସଂକ୍ରମିତଙ୍କୁ ପୃଥକ୍‌ କରିବାକୁ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

Image Courtesy of The Quint

ଏହି ନୂଆ ‘ଷ୍ଟ୍ରେନ୍‌’ ବିରୋଧରେ ଟିକା କେତେଦୂର କାର୍ଯ୍ୟ କରିବ ବୋଲି ପଚରାଯିବାରୁ ଗୁଲେରିଆ କହିଲେ, ଟିକା ସବୁ ଫଳପ୍ରଦ ହେବ, କିନ୍ତୁ ସେ ସବୁର କାର୍ଯଦକ୍ଷତା ହ୍ରାସ ପାଇ ପାରେ। ଅର୍ଥାତ୍‌ ଟିକା ନେଇଥିବା ଲୋକେ ସଂକ୍ରମଣର ସରବ୍ୟ ହୋଇ ପାରନ୍ତି। କିନ୍ତୁ, ସେମାନଙ୍କ ଶରୀରେ ସଂକ୍ରମଣ ମାତ୍ର ଖୁବ୍‌ ସାମାନ୍ୟ ହେବ।

କିନ୍ତୁ, ଟିକା ନେବା ଜରୁରୀ ବୋଲି ଡାକ୍ତର ଗୁଲେରିଆ ଗୁରତ୍ୱ ଦେଇ କହିଛନ୍ତି।

ସେହିଭଳି, ମହାରାଷ୍ଟ୍ର କୋଭିଡ୍‌ ଟାସ୍କ୍‌ ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କହନ୍ତି, ସମଗ୍ର ଭାରତରେ ୨୪୦ କିସମର ନୂଆ ‘ଷ୍ଟ୍ରେନ୍‌’ର ଭୂତାଣୁ ବାହାରିଛନ୍ତି। ଗତ ସପ୍ତାହେ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ଲାଗି ଏହି ‘ନୂଆ ଷ୍ଟ୍ରେନ୍‌’ ଦାୟୀ।
ମହାରାଷ୍ଟ୍ର ଛଡ଼ା, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ପଞ୍ଜାବରେ ମଧ୍ୟ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ଲକ୍ଷ୍ୟ କରାଯାଉଛି।

The post କୋଭିଡ୍‌-୧୯ ଭୂତାଣୁର ନୂଆ ଭାରତୀୟ ‘ଷ୍ଟ୍ରେନ୍‌’ ଅଧିକ ସଂକ୍ରମଣଶୀଳ ହୋଇପାରେ: ‘ଏମ୍‌ସ୍‌’ ମୁଖ୍ୟ first appeared on Sambad.



from କରୋନା – Sambad https://ift.tt/2ZBjjFi

Post a Comment

0 Comments