ଭୁବନେଶ୍ବର: ରାଜ୍ୟରୁ ୧୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜିର ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୩୩୪୫୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ସୁନ୍ଦରଗଡ଼ରୁ ୨୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୯ଜଣ, ଖୋର୍ଧାରୁ ୯ଜଣ, ପୁରୀରୁ ୮ଜଣ, କଟକରୁ ୬ଜଣ, ଯାଜପୁରରୁ ୬ଜଣ, ସମ୍ବଲପୁରରୁ ୬ଜଣ, ବଲାଙ୍ଗୀରରୁ ୫ଜଣ, ମୟୁରଭଞ୍ଜରୁ ୪ଜଣ, ଦେବଗଡ଼ରୁ ୩ଜଣ, ଗଜପତିରୁ ୩ଜଣ, ଝାରସୁଗୁଡ଼ାରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ବରଗଡ଼ରୁ ୨ଜଣ, ଢ଼େଙ୍କାନାଳରୁ ୨ଜଣ, କେନ୍ଦୁଝରରୁ ୨ଜଣ, ରାୟଗଡ଼ାରୁ ୨ଜଣ, ନୂଆପଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରୁ ସୁସ୍ଥ ହେଲେ ୧୦୦ଜଣ କରୋନା ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3jM4Jnq