ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ,‌ ପୌରପାଳିକା କମିସନର, ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ସଂକ୍ରମଣ ବଢୁଥିବାରୁ ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ।

ସୂଚନା ଅନୁସାରେ,  କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଂଜାବ, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଯାତ୍ରୀ କିମ୍ବା ପ୍ରବାସୀ ଓଡ଼ିଆ ଫେରୁଥିଲେ ସେମାନଙ୍କର ବସଷ୍ଟାଣ୍ଡ, ରେଳଷ୍ଟେସନ୍ ଓ ବିମାନ ବନ୍ଦରରେ ସ୍କ୍ରିନିଂ କରାଯିବ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବିମାନବନ୍ଦର ଓ ରେଳଷ୍ଟେସନରେ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ। ଲକ୍ଷଣ କିମ୍ବା ଜ୍ବର ଥିବା ଜଣାପଡ଼ିଲେ ଆଣ୍ଟିଜେନ ଟେଷ୍ଟ ହେବ। କରୋନା ପଜିଟିଭ ଜଣାପଡ଼ିଲେ ଯାତ୍ରୀ ଆଇସୋଲେସନରେ ରହିବେ।

The post କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୧୨ ରାଜ୍ୟ ଉପରେ ରହିବ ନଜର first appeared on Sambad.



from କରୋନା – Sambad https://ift.tt/2ZMPmC4