ନୂଆଦିଲ୍ଲୀ : ଦେଶରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ଆଜି ୧ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ୧୯,୫୮୭ ଜଣ କରୋନାରୁ ସୁସ୍ଥ ହେବାସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧୦,୦୧୬,୮୫୯ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଏବଂ ଆରୋଗ୍ୟ ମାମଲା ମଧ୍ୟରେ ବ୍ୟବଧାନ ୯୭,୮୮,୭୭୬ ରହିଛି। ସକ୍ରିୟ ମାମଲା ୨,୨୮,୦୮୩ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨.୧୯ ପ୍ରତିଶତ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ‌ମୋଟ୍‌ ଆରୋଗ୍ୟ ମାମଲାର ୫୧ ପ୍ରତିଶତ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କେରଳରୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୬.୩୬ ପ୍ରତିଶତରେ ପହଞ୍ଚିଛି। ଦେଶର ଆରୋଗ୍ୟ ହାର ସମଗ୍ର ବିଶ୍ବରେ ସର୍ବାଧିକ ରହିଛି। ସେହିପରି ଦେଶର ଦୈନିକ ପଜିଟିଭ୍‌ ହାର ମଧ୍ୟ ୩ ପ୍ରତିଶତରୁ କମ୍‌ ରହିଛି। ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ୍‌ ହାର ଜାତୀୟ ହାରାହାରିଠାରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୧,୫୦,୩୩୬ ପହଞ୍ଚିଛି।

The post ଦେଶରେ ଆରୋଗ୍ୟଙ୍କ ସଂଖ୍ୟା କୋଟିଏ ଟପିଲା first appeared on Sambad.



from କରୋନା – Sambad https://ift.tt/38qqzbW