
ଲଣ୍ଡନ୍ : ଲଣ୍ଡନ୍ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ଲଣ୍ଡନ୍ରେ ପ୍ରତି ୩୦ ଜଣରେ ଜଣେ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଲଣ୍ଡନ୍ ମେୟର ସାଦିକ ଖାନ୍ ଏହାକୁ ଏକ ବଡ଼ ସଙ୍କଟ ବୋଲି ଘୋଷଣା କରିଛନ୍ତି। ନୂଆ ଷ୍ଟ୍ରେନ୍ ପାଇଁ ଲଣ୍ଡନ୍ରେ ସଂକ୍ରମଣ ହଠାତ୍ ବଢ଼ିଯିବାରୁ ହସ୍ପିଟାଲ୍ରେ ସବୁ ବେଡ୍ ଭର୍ତ୍ତି ହୋଇସାରିଛି। ଆସନ୍ତା କିଛି ସପ୍ତାହରେ ହସ୍ପିଟାଲ୍ରେ ଆଉ ବେଡ୍ ଖାଲି ରହିବନି ବୋଲି ଖାନ୍ କହିଛନ୍ତି।
ବ୍ରିଟେନ୍ ସରକାରଙ୍କଠାରୁ ଖାନ୍ ଏଥିପାଇଁ ସମର୍ଥନ ଚାହିଛନ୍ତି। ଖାନ୍ କହିଛନ୍ତି, ଲଣ୍ଡନ୍ରେ ଏବେ ପ୍ରତି ୩୦ ଜଣରେ ଜଣେ ସଂକ୍ରମିତ। ଲଣ୍ଡନ୍ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ଗତ ସପ୍ତାହ ତୁଳନାରେ ୨୭ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଭେଣ୍ଟିଲେଟର ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ହୋଇଛି। ଭାଇରସ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସ୍ଥିତି ଅତ୍ୟନ୍ତ ଖରାପ୍ ରହିଛି ବୋଲି ଖାନ୍ କହିଛନ୍ତି।
The post ଲଣ୍ଡନ୍ ସ୍ଥିତି ଉଦ୍ବେଗଜନକ : ପ୍ରତି ୩୦ ଜଣରେ ଜଣେ କୋଭିଡ୍ ସଂକ୍ରମିତ first appeared on Sambad.
from କରୋନା – Sambad https://ift.tt/2LieRHR
0 Comments