
ମାଲକାନଗିରି: ମାଲକାନଗିରିରେ ଆଜି ସକାଳୁ କଡା ସୁରକ୍ଷାରେ କୋଭିଡ ଟିକା ପହଞ୍ଚିଛି। ଶୀତତାପ ନିୟନ୍ତ୍ରିତ କଠୋରୀ ମଧ୍ୟରେ ସମସ୍ତ କୋଭିଡ ଟିକା ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୫୨୮୮ ଜଣ ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜଣାପଡିଛି। ତେବେ ଆଜି ସକାଳେ କିନ୍ତୁ ଜିଲ୍ଲାକୁ ୩୬୦୦ ଟୀକା ପହଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଟିକା ପ୍ରଦାନ ପରେ ବଳକା ଟିକା ଆସିବ ବୋଲି କୁହାଯାଇଛି। ଜିଲ୍ଲାରେ ତିନୋଟି ଟିକାକରଣ ସେଣ୍ଟର କରାଯାଇଛି। ସେଗୁଡିକ ହେଲା କାଲିମେଳା, ମାଲକାନଗିରି ଏବଂ କୋରକୋଣ୍ଡା। ଗୋଟିଏ ଦିନ ପୂର୍ବରୁ ଏହି ଟିକାକରଣ ସେଣ୍ଟର ଗୁଡିକକୁ କୋଭିଡ ଟିକା ପହଞ୍ଚାଇ ଦିଆଯିବ ବୋଲି କୁହାଯାଇଛି।
ତେବେ ମାଲକାନଗିରି ଜିଲ୍ଲାରେ ଆସନ୍ତା ୧୬ ତାରିଖରୁ ଟିକାକରଣ କରାଯିବା ନେଇ ଘୋଷଣା କରାଯାଇଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟିକାକରଣ ସେଣ୍ଟର ଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା କୁହାଯାଇଛି। ଆଜି ପ୍ରାୟ ଭୋର ୫ଟା ବେଳେ ମାଲକାନଗିରି ଜିଲ୍ଲାରେ କୋଭିଡ ଟୀକା ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ସମସ୍ତ ଟୀକାକୁ ଶୀତତାପ ନିୟନ୍ତ୍ରିତ କଠୋରୀରେ ସୁରକ୍ଷିତ ଭାବେ ରଖାଯାଇଥିଲା। ପୁଲିସ ଏହି ଟିକାକୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ହିତାଧୀକାରୀଙ୍କୁ ଟିକା ପ୍ରଦାନ କରାଯିବା ନେଇ ପ୍ରାକ ପ୍ରସ୍ତୁତି ସରିଯାଇଛି। କୋଭିଡ ଟିକା ଦେବା ପାଇଁ ସ୍ବାସ୍ଥ୍ୟକର୍ମୀମାନେ ତାଲିମ ଗ୍ରହଣ କରିଛନ୍ତି। ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।
The post କଡା ସୁରକ୍ଷାରେ ମାଲକାନଗିରିରେ ପହଞ୍ଚିଲା କୋଭିଡ ଟିକା; ପ୍ରଥମ ପର୍ଯ୍ୟାୟରେ ୫୨୮୮ ହିତାଧିକାରୀଙ୍କୁ ମିଳିବ ଟିକା first appeared on Sambad.
from କରୋନା – Sambad https://ift.tt/3oFiSo6
0 Comments