
ଭୁବନେଶ୍ବର: ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି ଏବଂ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ସହ ଓଡ଼ିଶା ତୃତୀୟ ସ୍ଥାନରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକାକରଣ ଆଗକୁ ଆହୁରି ଭଲ ହେବ। ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା କରାଯିବ। ଗତକାଲି ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି। ୨୨୧ସେସନ ସାଇଟରେ୨୦୩୩୦ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।
ଆଜି ସକାଳେ ୧ଲକ୍ଷ ୪୯ହଜାର ୭୬୦ ଡୋଜ୍ କୋଭିଡ ଟିକା ପହଞ୍ଚିଛି। ଏହା କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ।
ସେହିପରି ଆଜି କୋଭିସିଲଡ଼ ଭାକସିନ୍ ଷ୍ଟୋରରୁ ରିଜିଓନାଲ୍ ଷ୍ଟୋରକୁ ଯିବ।ସେଠାରୁ ଜିଲ୍ଲାକୁ ଯିବ। ବର୍ତ୍ତମାନ ସୁଦ୍ଧା ୧,୩୦୦୦୭ ଜଣଙ୍କୁ ଟିକା ଦିଆସରିଲାଣି। ଜଣଙ୍କୁ ଗୋଟିଏ କମ୍ପାନି ଟିକା ଦିଆଯିବ। ୨୮ ଦିନ ପରେ ବି ସେହି ଟିକା ଦିଆଯିବ, ନହେଲେ ଶରୀରର ପ୍ରତିଷେଧକ ଉପରେ ପ୍ରଭାବ ପଡ଼ିବ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।
The post ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ first appeared on Sambad.
from କରୋନା – Sambad https://ift.tt/3papUSd
0 Comments