
ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘କୋଭିଡ୍ ଟିକାକରଣ ଅଭିଯାନ’ର ଶୁଭାରମ୍ଭ କରିବେ ବୋଲି ଆଜି କେନ୍ଦ୍ର ସରକାରଙ୍କର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି।
ନିତି ଆୟୋଗ ଯୋଜନା କମିଟିର ସଦସ୍ୟ ଥିବା ଭିକେ ପଲ୍ ନାମକ ଏହି ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍ ତଥ୍ୟ ଅନୁସାରେ ରାଜ୍ୟମାନଙ୍କୁ ଟିକା ଆବଣ୍ଟନ କରାଯିବ।
ଟିକାକରଣ ଅଭିଯାନ ଶୁଭାରମ୍ଭ କରିବା ପରେ, ପ୍ରଧାନମନ୍ତ୍ରୀ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ଲାଇନ୍ରେ କଥାବାର୍ତ୍ତା କରିବେ।
ଏକ ଜାତୀୟସ୍ତରୀୟ ଗଣମାଧ୍ୟମକୁ ଶ୍ରୀ ପଲ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଟିକାକରଣ କର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏ ସଂକ୍ରାନ୍ତରେ ସବିଶେଷ କାର୍ଯ୍ୟାଧାରା ପ୍ରସ୍ତୁତି ହେଉଛି।
ଶନିବାର ଦିନ ୩ ହଜାର କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ଗୋଟିଏ ଓଳି ଲେଖାଏଁ ସବୁ କେନ୍ଦ୍ରରେ ଟିକା ଦିଆଯିବ।
ଅଭିଯାନ ଅଗ୍ରଗତି କରିବା ସହ ପରବର୍ତ୍ତୀ ସମୟରେ ୫୦୦୦ରୁ ଅଧିକ ଟିକାଦାନ କେନ୍ଦ୍ର ଖୋଲିବ। ଆସନ୍ତା କେତେ ମାସ ମଧ୍ୟରେ କେବଳ ଅଧିକ ସଂକ୍ରମଣ ଆଶଙ୍କା ଥିବା ୩୦୦ ନିୟୁତ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି ସରକାର ସ୍ଥିର କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୩୦ ନିୟୁତ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷ ସେବା ପ୍ରଦାନକାରୀ ଟିକା ନେଇସାରିବା ପରେ ବାକି ୨୭୦ ନିୟୁତ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯିବ।
The post ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ; ପ୍ରଥମ ପର୍ଯ୍ୟାୟରେ ୩ ହଜାର କେନ୍ଦ୍ରରେ ଦିଆଯିବ ଟିକା: ନିତି ଆୟୋଗ ସଦସ୍ୟ first appeared on Sambad.
from କରୋନା – Sambad https://ift.tt/35EHZQF
0 Comments