ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ବାକି ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୦ ହଜାର ୫୧ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧୭୧୭ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୨ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୫ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୩ ଜଣ, ଜଗତ୍‌ସିଂହପୁରରୁ ୪ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୮ ଜଣ, କୋରାପୁଟ୍‌ରୁ ୨ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୨୦ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୮ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୩୦ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

The post ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.



from କରୋନା – Sambad https://ift.tt/35TYFDS

Post a Comment

0 Comments