
ଫୁଲବାଣୀ : କନ୍ଧମାଳର ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନେବେନି ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲାର ୧୫ ହଜାର ସ୍ବାସ୍ଥ୍ୟକର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୁସ୍ଥ ଓଡ଼ିଶା ଓ କରୋନା ମୁକ୍ତ ଓଡ଼ିଶା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ନିଷ୍ଠାର ସହ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ବହୁମୁଖୀ ପୁରୁଷ ଓ ସ୍ବାସ୍ଥ୍ୟକର୍ମୀ ଏବଂ ଉଭୟ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ପ୍ରତି ବିଭାଗର ଅବହେଳା ପ୍ରତିବାଦରେ ସ୍ବାସ୍ଥ୍ୟକର୍ମୀ ମାନେ ଟିକା ନନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ, ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ, ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ସଂଘ ଓ ଓଡ଼ିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟ ପରିଦର୍ଶକ ସଂଘର କର୍ମକର୍ତ୍ତାମାନେ ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସେମାନଙ୍କ ଅସନ୍ତୋଷ ଜଣାଇଛନ୍ତି। ସେମାନଙ୍କ ପ୍ରତି ବିଭାଗ ଅବହେଳା ପ୍ରଦର୍ଶନ କରି ଆସିଥିବାରୁ ସେମାନେ ଟିକା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଏଭଳି ନିଷ୍ପତ୍ତି କନ୍ଧମାଳ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ସେମାନେ କରୋନା ଟିକାକରଣ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।
The post କରୋନା ଟିକା ନ ନେବାକୁ କନ୍ଧମାଳ ସ୍ବାସ୍ଥ୍ୟକର୍ମୀଙ୍କ ଚେତାବନୀ first appeared on Sambad.
from କରୋନା – Sambad https://ift.tt/39wNAJV
0 Comments