କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲାରେ ଆଜି ୪୧୦ଟି ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ୫ଟି ବିଦ୍ୟାଳୟରେ କରୋନା କଟକଣା ଉଲ୍ଲଂଘନ ପାଇଁ ଶିକ୍ଷକ, କର୍ମଚାରୀଙ୍କ ଜାନୁଆରି ମାସ ଦରମା ବନ୍ଦ କରାଯାଇଛି। ସେହିସବୁ ସ୍କୁଲଗୁଡ଼ିକ ହେଲେ ଝାଡବେଲଦା ସ୍ଥିତ ଏସ୍ଏମ୍ଆର ହାଇସ୍କୁଲ, ଯମୁନାପଶିସ୍ଥିତ ବିଶେଇପାଟ ହାଇସ୍କୁଲ, ଖିରେଇଟାଙ୍ଗିରିସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବଲାଣିପଶି ସ୍ଥିତ ପିଏମ୍ବି ବିଦ୍ୟାପୀଠ ଏବଂ ଡେଣୁଆସ୍ଥିତ ଝାଲମଣୀ ସରକାରୀ ଉଚ୍ଚ ବିଦ୍ୟାଳୟ।

ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ବେଳେ ଏହିସବୁ ସ୍କୁଲରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଦେଖିବାକୁ ପାଇଥିଲେ। ଫଳରେ ଏହିସବୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଦରମାକୁ ଜାନୁଆରି ମାସ ପାଇଁ ବନ୍ଦ କରାଯାଇଛି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁଙ୍କ ସମେତ ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
The post କରୋନା କଟକଣା ଉଲ୍ଲଂଘନ: ୫ ସ୍କୁଲର ଶିକ୍ଷକ-କର୍ମଚାରୀଙ୍କ ଜାନୁଆରି ଦରମା ବନ୍ଦ first appeared on Sambad.
from କରୋନା – Sambad https://ift.tt/3ow6YNh
0 Comments