ଦେଶରେ ଟିକା ଯୋଗାଣ ପାଇଁ ୪୧ ଲକ୍ଷ୍ୟସ୍ଥଳ ଚୂଡ଼ାନ୍ତ, ଟିକା ପରିବହନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଆଗକୁ ଆରମ୍ଭ ହେବାକୁ ଥିବା କୋଭିଡ୍‌ ଟିକାକରଣ ପାଇଁ ମୋଟ ୪୧ଟି ଟିକା ଯୋଗାଣର ଲକ୍ଷ୍ୟସ୍ଥଳ ସ୍ଥିର ହୋଇଛି। ସେଥିପାଇଁ ପୁଣେକୁ କେନ୍ଦ୍ରୀୟ ହବ୍‌ ଭାବେ ଗ୍ରହଣ କରାଯାଇଛି ଏବଂ ସେଠାରୁ ଅନ୍ୟାନ୍ୟ କେନ୍ଦ୍ରକୁ ଟିକା ପରିବହନ କରାଯିବ। ସେହିପରି ସରକାର ଯାତ୍ରୀ ବିମାନଗୁଡ଼ିକୁ ଟିକା ପରିବହନ ପାଇଁ ଅନୁମତି ଦେଇଛନ୍ତି ଆଜିଠାରୁ ଟିକା ପରିବହନ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ସମଗ୍ର ଉତ୍ତର ଭାରତ ପାଇଁ ଟିକାଯୋଗାଣକୁ ସୁଗମ କରିବା ପାଇଁ ନୂଆଦିଲ୍ଲୀ ଓ କର୍ଣ୍ଣଲକୁ ମିନି ହବ୍‌ ଭାବେ ପରିଗଣିତ କରାଯାଇଛି। ସେହିପରି ପୂର୍ବାଞ୍ଚଳ ପାଇଁ କୋଲକାତା ହିଁ ମୁଖ୍ୟ ଯୋଗାଣ କରେନ୍ଦ୍ର ହେବ। ଏଥି ସହିତ ପୂର୍ବୋତ୍ତର ରାଜ୍ୟଗୁଡ଼ିକ ପାଇଁ ମଧ୍ୟ କୋଲକାତା ଏକ ନୋଡାଲ୍‌ କେନ୍ଦ୍ର ଭାବେ କାମ କରିବ ବୋଲି ଜଣାଯାଇଛି।

The post ଦେଶରେ ଟିକା ଯୋଗାଣ ପାଇଁ ୪୧ ଲକ୍ଷ୍ୟସ୍ଥଳ ଚୂଡ଼ାନ୍ତ, ଟିକା ପରିବହନ ପ୍ରକ୍ରିୟା ଆରମ୍ଭ first appeared on Sambad.



from କରୋନା – Sambad https://ift.tt/2XjbORU

Post a Comment

0 Comments