
ବାରିପଦା: ଜାନୁଆରୀ ୧୦ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୨୬୦ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୦୦୫ରେ ପହଁଞ୍ଚିଛି। କ୍ରିଟିକାଲମାନଙ୍କୁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲର ଆଇସୋଲେସନ ୱାର୍ଡ଼ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱଳ୍ପ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି।
ସେହିପରି ଜାନୁଆରୀ ୯ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩,୮୬୭ ରହିଥିବା ସମୟରେ ଜାନୁଆରୀ ୧୦ ସୁଦ୍ଧା ୪୭ ଜଣ ସକ୍ରିୟ ଥାଇ ପିଆରଏମ ମେଡ଼ିକାଲ ଆଇସୋଲେସନ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଛନ୍ତି। ଏଥି ସହିତ ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ ୯୧ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି।
The post ଆଜି ମୟୂରଭଞ୍ଜରୁ ୧୧ ନୂଆ କରୋନା ପଜିଟିଭ ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/38vUoIs
0 Comments