ଟିକା ନେଲେ ୭୦ କୋଭିଡ଼ ଯୋଦ୍ଧା

ବାଲିଅନ୍ତା: ବାଲିଅନ୍ତା ଅଞ୍ଚଳରେ ପଥମ ପର୍ୟ୍ୟାୟ ଟିକାକରଣରୁ ବାଦ ପଡ଼ିଯାଇଥିବା ୭୦ ଜଣ କରୋନା ଯୋଦ୍ଧା ଆଜି କୋଭିଡ଼ ଟିକା ନେଇଛନ୍ତି। ଟିକା ନେଇଥିବା କର୍ମଚାରୀଙ୍କ ମଧ୍ୟରେ ୪୦ ଜଣରୁ ଅଧିକ ଅଙ୍ଗନବାଡ଼ି ହେଲପର ଅଛନ୍ତି। ଅନ୍ୟ ୩୦ ଜଣଙ୍କ ଭିତରେ ଅଛନ୍ତି ଜଣେ ଡାକ୍ତର, ଅଙ୍ଗନବାଡ଼ି କର୍ମୀ, କିରାଣୀ ଏବଂ ଅଫିସ କର୍ମଚାରୀ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୦ଜଣ, ଭିଙ୍ଗାରପୁର ଓ ବେଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବାକି ୧୦ ଜଣ ଲେଖାଏଁ କର୍ମଚାରୀ ଟିକା ନେଇଛନ୍ତି।

ଗତ ୧୮ ତାରିଖ, ୨୦ ତାରିଖ ଓ ଆଜି ଟିକାକରଣକୁ ମିଶାଇ ମୋଟ ୩୭୦ ଜଣ କର୍ମଚାରୀ ଟିକା ନେଇଥିବା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ କହିଛନ୍ତି। ଶ୍ରୀ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଟିକାକରଣ କାର୍ୟ୍ୟ ସଂପାଦନ ହୋଇଥିଲା।

The post ଟିକା ନେଲେ ୭୦ କୋଭିଡ଼ ଯୋଦ୍ଧା first appeared on Sambad.



from କରୋନା – Sambad https://ift.tt/3oitx7l

Post a Comment

0 Comments