ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ କୋଭିଡ୍-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଇତିହାସରେ ଏଭଳି ବ୍ୟାପକ ଟିକାକରଣ ଅଭିଯାନ ହୋଇନାହିଁ। ବିଶ୍ୱରେ ୩ କୋଟିରୁ କମ୍ ଜନସଂଖ୍ୟା ଥିବା ୧୦୦ରୁ ଅଧିକ ଦେଶ ଅଛି। କିନ୍ତୁ, ଆଜି ପ୍ରଥମ ପର୍ଯ୍ୟାୟରେ ଭାରତରେ ୩ କୋଟି ଲୋକଙ୍କୁ ଟିକା ଦିଆଯାଉଛି।
ଆଜି ପୂର୍ବାହ୍ନ ୧୦.୩୦ରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଏହି ଅଭିଯାନର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସବୁଠୁ ଅଧିକ ଆବଶ୍ୟକ କରୁଥିବା ବ୍ୟକ୍ତି ପ୍ରଥମେ ଟିକା ନେବେ। ସାଧାରଣତଃ, ଟିକାଟିଏ ପ୍ରସ୍ତୁତ କରିବାକୁ ଅନେକ ବର୍ଷ ଲାଗେ କିନ୍ତୁ, ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଗୋଟିଏ ନୁହେଁ ‘ଭାରତରେ ନିର୍ମିତ’ ଦୁଇଟି ଟିକା ପ୍ରସ୍ତୁତ ହୋଇଛି। ଏହାଛଡ଼ା, ଅନ୍ୟ ଟିକା ପ୍ରସ୍ତୁତି ମଧ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି।
ସମସ୍ତେ ପଚାରୁଥିଲେ ଟିକା କେବେ ମିଳିବ। ଏବେ ତ ଟିକା ମିଳିଲା। ଏହି ଅବସରରେ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଦୁଇଟି ଟିକା ମଧ୍ୟରେ ଅନ୍ୟୂନ ଏକ ମାସ ବ୍ୟବଧାନ ରଖିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଟିକା ନେଇ ସାରିଲେ ମଧ୍ୟ ଜଣେ ମାସ୍କ୍ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦି ସତର୍କତା ବର୍ଜନ କରିବା ଅନୁଚିତ।
ପ୍ରଥମ ପର୍ଯ୍ୟାୟରେ ୩ କୋଟି ଜନତାଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ଭାରତର ବୈଜ୍ଞାନିକ ଏବଂ ଟିକା ଉତ୍ପାଦନ ସାମର୍ଥ୍ୟ ଉପରେ ବିଶ୍ୱର ଅଗାଧ ବିଶ୍ୱାସ ରହିଛି। ଅନ୍ୟ ଦେଶରେ ପ୍ରସ୍ତୁତ ଟିକା ତୁଳନାରେ ଭାରତରେ ନିର୍ମିତ ଟିକା ଅପେକ୍ଷାକୃତ ଶସ୍ତା।
ସ୍ୱଳ୍ପ ସମୟ ମଧ୍ୟରେ ଆମେ ଦୁଇଟି ଟିକା ପାଇଛନ୍ତି। ଏହା ଆମ ବୈଜ୍ଞାନିକମାନଙ୍କର ମେଧା ଓ ଦକ୍ଷତାର ପ୍ରମାଣ।
The post ଇତିହାସରେ ଏଭଳି ବ୍ୟାପକ ଟିକାକରଣ ଅଭିଯାନ ହୋଇନାହିଁ: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.
from କରୋନା – Sambad https://ift.tt/3oRmVh5
0 Comments