
ରାଉରକେଲା/ଫୁଲବାଣୀ: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୩ ଜଣ ହାଇସ୍କୁଲ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଶିକ୍ଷକ ହେଉଛନ୍ତି ସେକ୍ଟର ଅଞ୍ଚଳର ଏକ ସରକାରୀ ଉଚ୍ଚବିଦ୍ୟାଳୟର। ଗତକାଲି ଏହି ସ୍କୁଲର ଶିକ୍ଷକମାନଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା।
ଆଜି ରିପୋର୍ଟ ପଜିଟିଭ୍ ଆସିବାପରେ ସମସ୍ତ ୩ ଶିକ୍ଷକଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୮ ତାରିଖରୁ ସ୍କୁଲ ଖୋଲିବା ଦିନଠାରୁ ଏହି ତିନିଜଣ ଶିକ୍ଷକ ଶିକ୍ଷାଦାନ କରି ଆସୁଥିଲେ। ତିନିଜଣ ଶିକ୍ଷକ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବାପରେ ଛାତ୍ରଛାତ୍ରୀ ମହଲରେ କୋକୁଆ ଭୟ ଖେଳିଯିବା ସହ ଅଭିଭାବକମାନଙ୍କର ଚିନ୍ତା ବଢ଼ାଇ ଦେଇଛି।
ପ୍ରକାଶଥାଉକି, ଏହାପୂର୍ବରୁ ସ୍କୁଲ ଖୋଲିବାର ଗୋଟିଏ ଦିନ ପରେ, ଅର୍ଥାତ୍ ଜାନୁଆରି ୯ ତାରିଖରେ ହେମଗିର ବ୍ଲକ ଅନ୍ତର୍ଗତ ଏକ ହାଇସ୍କୁଲର ଜଣେ ଶିକ୍ଷକ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।
ସେହିପରି କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ଏକ ସରକାରୀ ସ୍କୁଲର ୪ ଶିକ୍ଷକ ଓ ୭ ଛାତ୍ରଛାତ୍ରୀ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।
The post ରାଉରକେଲାର ୩ଜଣ ହାଇସ୍କୁଲ ଶିକ୍ଷକ କରୋନା ଆକ୍ରାନ୍ତ first appeared on Sambad.
from କରୋନା – Sambad https://ift.tt/3bxIKys
0 Comments