ଭୁବନେଶ୍ବର: ଆଜି ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଆମ ରାଜ୍ୟର ବିଭିନ୍ନ ହସ୍ପିଟାଲ୍ରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ କାର୍ଯ୍ୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ଅନନ୍ୟା ଦାସ, ଆର୍ଡିସି ଅନିଲ କୁମାର ସାମଲ ସମେତ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ବର ହୋତା ଓ ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ। ଏସ୍ସିବିରେ ଆଜି ପ୍ରଥମ ଟିକା ନେଇଛନ୍ତି ସଫେଇ କର୍ମଚାରୀ ବର୍ଷା ଦେଈ।
ଟିକାକରଣ ପରେ ଏହା ସଂପର୍କରେ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କଠାରୁ ଫିଡ୍ବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ସୁଦ୍ଧା ଟିକା ନେବା ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ଜଣାପଡ଼ି ନାହିଁ। ଏହି ଟିକା ନେବା ଦ୍ବାରା କେମିତି ଅନୁଭବ ହେଉଛି? କ’ଣ ସମସ୍ୟା ଅନୁଭୂତ ହେଉଛି ଏ ସବୁ ସଂପର୍କରେ ଫିଡ୍ବ୍ୟାକ୍ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଦିନ ୧ଟାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ଫିଡ୍ବ୍ୟାକ୍ ଗ୍ରହଣ କରିବେ। ଟିକା ଗ୍ରହଣ କରିଥିବା ଅନେକ ସ୍ବାସ୍ଥ୍ୟକର୍ମୀମାନେ ନିଜ ନିଜର ବୟାନ ଦେଇ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ନିଶ୍ଚିତ କରିଛନ୍ତି।
The post ସାରା ରାଜ୍ୟରେ ଚାଲିଛି ଟିକାକରଣ, ଏଯାଏ ଦେଖିବାକୁ ମିଳିନାହିଁ ପାର୍ଶ୍ବ ପ୍ରତିକ୍ରିୟା first appeared on Sambad.
from କରୋନା – Sambad https://ift.tt/3bEloYa
0 Comments