
ନୂଆଦିଲ୍ଲୀ : ଦେଶରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି। ସମସ୍ତଙ୍କୁ ସିଙ୍ଗଲ୍ ରୁମ୍ ଆଇସୋଲେସନ୍ରେ ରଖାଯାଇଛି ଏବଂ ସେମାନଙ୍କ ସହଯାତ୍ରୀମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଦେଶରେ ସକ୍ରିୟ ମାମଲା ୨,୧୧,୦୩୩ ରହିଛି। ଏହା ମୋଟ୍ ପଜିଟିଭ୍ ମାମଲାର ୨ ପ୍ରତିଶତ। ଗତବର୍ଷ ଜୁନ୍ରେ ସକ୍ରିୟ ମାମଲା ଯାହା ଥିଲା ଏବେ ଠିକ୍ ସମାନ ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ମାମଲା ୯୬ ପ୍ରତିଶତ ଟପିଯାଇଛି। ଦେଶରେ ଏବେ ଆରୋଗ୍ୟ ହାର ମୋଟ୍ ୯୬.୫୬ ପ୍ରତିଶତ ରହିଛି। ମୋଟ୍ ଆରୋଗ୍ୟ ମାମଲା ୧,୦୧,୭୯,୭୧୫ ରହିଛି। ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନା ପ୍ରଜାତିର ନୂଆ ଭାଇର୍ ଏବେ ଡେନମାର୍କ, ନେଦରଲାଣ୍ଡ୍, ଅଷ୍ଟ୍ରେଲିଆ, ଇଟାଲି, ସ୍ବିଡେନ୍, ଫ୍ରାନ୍ସ, ସ୍ବିଜରଲାଣ୍ଡ୍, ଜର୍ମାନି, କାନାଡ଼ା, ଜାପାନ୍ , ଲେବାନନ୍ ଏବଂ ସିଙ୍ଗାପୁର୍ରେ ଚିହ୍ନଟ ହୋଇଛି ଏବଂ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି।
The post ଦେଶରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/38MZVKF
0 Comments