ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୦୩୨୧ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରୁ ଆଜି ୨୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି।

ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୦୩୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, କେନ୍ଦୁଝର ଓ ନୟାଗଡ଼ରୁ ଜଣେଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସମ୍ବଲପୁରରୁ ୩୭ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ଆଜି ପଜିଟିଭ ଆସିଥିବା ବେଳେ ଅନୁଗୁଳରୁ ୨୮ଜଣ, ବରଗଡ଼ରୁ ୨୩ଜଣ, ପୁରୀରୁ ୨୦ଜଣ, ଝାରସୁଗୁଡ଼ାରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ଗଜପତିରୁ ୧୦ଜଣ, ଯାଜପୁରରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, ଖୋର୍ଧାରୁ ୧୦ଜଣ, ବାଲେଶ୍ବରରୁ ୯ଜଣ, କୋରାପୁଟରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମୟୁରଭଞ୍ଜରୁ ୯ଜଣ, ରାୟଗଡ଼ାରୁ ୯ଜଣ, ବଲାଙ୍ଗୀରରୁ ୮ଜଣ, କଳାହାଣ୍ଡିରୁ ୮ଜଣ, କଟକରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ନୂଆପଡ଼ାରୁ ୫ଜଣ, ମାଲକାନଗିରିରୁ ୪ଜଣ, ସୁବର୍ଣ୍ଣପୁରରୁ ୪ଜଣ, ଭଦ୍ରକରୁ ୩ଜଣ, ଦେବଗଡ଼ରୁ ୩ଜଣ, ଜଗତସିଂହପୁରରୁ ୩ଜଣ, ଗଞ୍ଜାମରୁ ୨ଜଣ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି।

The post ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୦୩୨୧ରେ ପହଞ୍ଚିଲା first appeared on Sambad.



from କରୋନା – Sambad https://ift.tt/2NnueiU

Post a Comment

0 Comments