
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେବ୍ରୁଆରି ମାସ ପାଇଁ ନୂଆ ଗାଇଡ୍ ଲାଇନ୍ସ ଘୋଷଣା କରାଯାଇଛି। ନୂଆ ଗାଇଡ୍ ଲାଇନ୍ସ ଅନୁଯାୟୀ ସମସ୍ତ ରାଜ୍ୟରେ ଥିବା ସୁଇମିଂ ପୁଲ୍ଗୁଡ଼ିକ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ପୂର୍ବରୁ ଏହା କେବଳ ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏହା ସହିତ ଥିଏଟର ଏବଂ ସିନେମା ହଲ୍ଗୁଡ଼ିକରେ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ। ମାତ୍ର ୫୦ ପ୍ରତିଶତଙ୍କ ପାଇଁ ଅନୁମତି ମିଳୁଥିଲା। ଏହା ସହିତ ନୂଆ ନିର୍ଦ୍ଦେଶାବଳିରେ ରହିଥିବା ଅନ୍ୟ ନିୟମ ଗୁଡ଼ିକ ହେଲା-
ସାମାଜିକ, ଧାର୍ମିକ, ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମରେ ପ୍ରେକ୍ଷାଳୟ ଆସନ ସଂଖ୍ୟା ୨୦୦କୁ ବୃଦ୍ଧି ।
ସମସ୍ତ ପ୍ରକାର ପ୍ରଦର୍ଶନୀ ହଲ୍ ଖୋଲିବାକୁ ଅନୁମତି ।
ମିନିଷ୍ଟ୍ରୀ ଅଫ୍ ସିଭିଲ୍ ଆଭିଏସନ୍ ଆସେସ୍ମେଣ୍ଟ ଅନୁଯାୟୀ ଆନ୍ତର୍ଜାତିକ ବିମାନ ଯାତ୍ରା ଚାଲୁ ହେବ।
ପଡ଼ୋଶୀ ଦେଶ ସହ ବାଣିଜ୍ୟିକ ସମ୍ପର୍କ ଉପରୁ ବାଧା ହଟିଲା।
୬୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲାମାନେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ।
ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଚାଲୁ ରହିବ।
ଫେସ୍ ମାସ୍କ, ସାନିଟାଇଜ୍, ସାମାଜିକ ଦୂରତ୍ବ ନିୟମ ଅବ୍ୟାହତ ରହିବ।
ସମଗ୍ର ଦେଶରେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ଉଦ୍ଦିଷ୍ଟ ନିୟମାବଳି ପାଳନ କରାଯିବ।
ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଚିହ୍ନଟ ହୋଇଥିବା କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକ ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ଷମ ହେବ।
ଜିଲ୍ଲା, ପୁଲିସ ଏବଂ ମ୍ୟୁନିସିପାଲିଟି ଅଧିକାରୀମାନେ ପୂର୍ବ ଭଳି ସତର୍କ ରହିବେ
The post ଫେବ୍ରୁଆରି ପାଇଁ କୋଭିଡ୍ ଗାଇଡ୍ଲାଇନ୍ସ ଜାରି first appeared on Sambad.
from କରୋନା – Sambad https://ift.tt/2NHIwuV
0 Comments