
ନୂଆଦିଲ୍ଲୀ : ବିଶ୍ବର ସବୁଠୁ ବଡ଼ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତାକାଲି (ଶନିବାର) ଭାରତରେ ଆରମ୍ଭ ହେବ। ଦେଶର ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ପ୍ରଦାନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଥିବା ବେଳେ ଟିକାକରଣ ସମୟରେ ଅବଲମ୍ବନ କରିବାକୁ ଥିବା ସତର୍କତା ଏବଂ କୌଣସି ପ୍ରକାର ପାର୍ଶ୍ବପ୍ରତିକ୍ରିୟା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିଶଦ ନିର୍ଦ୍ଦେଶାବଳି ପ୍ରକାଶ କରାଯାଇଛି। ଏଥିସହିତ ପ୍ରୟୋଗ ହେବାକୁ ଥିବା ଉଭୟ ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ୍‘ ସମ୍ପର୍କରେ ଏକ ତୁଳନାତ୍ମକ ତଥ୍ୟାବଳି ମଧ୍ୟ ଉପସ୍ଥାପନ କରାଯାଇଛି।
କୋଭିସିଲ୍ଡ କ୍ଷେତ୍ରରେ ଟିକା ନେବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ସହ ମୁଣ୍ଡବିନ୍ଧା, କ୍ଳାନ୍ତ ଲାଗିବା, ମାଂସପେଶୀରେ ପୀଡ଼ା, ବ୍ୟସ୍ତବିବ୍ରତ ଲାଗିବା, ପାଟିରୁ ଦୁର୍ଗନ୍ଧ ବାହାରିବା, ଆଣ୍ଠୁଗଣ୍ଠି ବିନ୍ଧା ଏବଂ ବାନ୍ତି ଲାଗିବା ପରି ପ୍ରତିକ୍ରିୟା ଦେଖାଦେଇପାରେ। ସେହିପରି କୋଭାକ୍ସିନ୍ ନେଇଥିବା ହିତାଧିକାରୀଙ୍କ ଠାରେ ଟିକା ନେବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, କ୍ଳାନ୍ତ ଲାଗିବା, ଜ୍ବର ହେବା, ତଳିପେଟରେ ପୀଡ଼ା, ବାନ୍ତି ଲାଗିବା, ଅଳସ ଲାଗିବା, କାଶ ହେବା, ଗୋଡ଼ହାତ ଥରିବା, ଝାଳ ବାହାରିବା ଏବଂ ଟିକା ନେବା ସ୍ଥାନ ଫୁଲିଯିବା ପରି ପ୍ରତିକ୍ରିୟା ଦେଖାଦେଇ ପାରେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଆଗ୍ନାନି ଚିଠି କରି ଜଣାଇଛନ୍ତି। ଏଥି ସହିତ ଅନ୍ୟ କୌଣସି ଟିକା ଓ କୋଭିଡ୍ ଟିକା ମଧ୍ୟରେ ଅତି କମ୍ରେ ୧୪ ଦିନର ବ୍ୟବଧାନ ରହିବା ଜରୁରୀ। ଅପରପକ୍ଷେ, ଗର୍ଭବତୀ କିମ୍ବା କ୍ଷୀରପାନ କରାଉଥିବା ମାଆମାନେ ବର୍ତ୍ତମାନ ପାଇଁ ଏହି ଟିକା ନନେବାକୁ ଉକ୍ତ ଚିଠିରେ କୁହାଯାଇଛି।
The post ଆଜିଠୁ ବିଶ୍ବର ସବୁଠୁ ବଡ଼ ଟିକାକରଣ ଆରମ୍ଭ first appeared on Sambad.
from କରୋନା – Sambad https://ift.tt/3qnM0AL
0 Comments