ବେଙ୍ଗାଲୁରୁ : ଗତ ୧ ତାରିଖରେ କର୍ଣ୍ଣାଟକରେ ସ୍କୁଲ୍‌ ଖୋଲିବାପରେ ୫୦ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ରାଜ୍ୟରେ ଅନେକ ସ୍କୁଲ୍‌ ବନ୍ଦ ରହିଛି। ବେଲଗଭିରେ ୨୨ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇ ଏବେ କ୍ବାରାଣ୍ଟିନ୍‌ରେ ଅଛନ୍ତି। ବେଲଗଭି ତାଲୁକ୍‌ରେ ଜଣେ ଶିକ୍ଷକଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଦେବାପରେ ଗୋଟିଏ ଦିନ ପାଇଁ ସ୍କୁଲ୍‌ ବନ୍ଦ ରହିଛି। ଚିତ୍ରଦୁର୍ଗ ଜିଲ୍ଲାରେ ୭ ଟି ସ୍କୁଲ୍‌ ବନ୍ଦ ରହିଛି। ସ୍କୁଲ୍‌ମାନଙ୍କ‌ରେ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌କୁ ପଠାଯାଉଛି ବୋଲି ଚିତ୍ରଦୁର୍ଗ ଡିଡିପିଆଇ ରବିଶଙ୍କର ରେଡ୍ଡି କହିଛନ୍ତି। ସେହିପରି ଚିକ୍କମଗାଲୁରୁରେ ୪ ଜଣ ଛାତ୍ର ଏବଂ ୫ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ କେ ସୁଧାକର କହିଛନ୍ତି, ଭୟ କରିବାର କିଛି ନାହିଁ। ଉଭୟ ଶିକ୍ଷକ ଏବଂ ଛାତ୍ରମାନଙ୍କର ଚିକିତ୍ସା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ସେ କହିଛନ୍ତି।

The post ସ୍କୁଲ୍‌ ଖୋଲିବାର ୫ ଦିନ ପରେ କର୍ଣ୍ଣାଟକରେ ୫୦ ଶିକ୍ଷକ ସଂକ୍ରମିତ: ଅନେକ ସ୍କୁଲ୍‌ ବନ୍ଦ first appeared on Sambad.



from କରୋନା – Sambad https://ift.tt/3bm9br3