
ସମ୍ବଲପୁର : ଭିମ୍ସାର କୋଭିଡ୍ ହସ୍ପିଟାଲରେ ପ୍ରତିଦିନ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ପୁଣି ଗୋଟିଏ ଦିନରେ ଚିକିତ୍ସାଧୀନ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ବରଗଡ଼ର ୫୨ ବର୍ଷୀୟ ପୁରୁଷ, ସମ୍ବଲପୁରର ୫୫ ବର୍ଷୀୟା ମହିଳା, ସମ୍ବଲପୁରର ୬୫ ବର୍ଷୀୟ ପୁରୁଷ, ସମ୍ବଲପୁରର ୫୦ ବର୍ଷୀୟ ପୁରୁଷ, ସୋନପୁରର ୫୫ ବର୍ଷୀୟା ମହିଳା ଏବଂ ବୌଦ୍ଧର ୫୭ ବର୍ଷୀୟ ପୁରୁଷ ଅଛନ୍ତି। ରାଜଘାଟରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି। ମୃତକମାନେ ୪ରୁ ୧୦ ଦିନ ମଧ୍ୟରେ ଏଠାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ଅନ୍ୟ କୌଣସି ରୋଗ ଥିଲା ନା ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଡାକ୍ତରଖାନାରେ ୧୦ ଦିନ ହେଲା ପ୍ରତିଦିନ ୫ରୁ୬ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଉଛି। ଏଥିଯୋଗୁଁ ସ୍ଥିତି ଗୁରୁତର ହେବାରେ ଲାଗିଛି। ବର୍ତ୍ତମାନ ଭିମସାର କୋଭିଡ ଡାକ୍ତରଖାନାରେ ୭୫ ଜଣ ଚିକିତ୍ସିତ ହେଉଛନ୍ତି। ଆଇସିୟୁରେ ନୂତନ ରୋଗୀଙ୍କ ପାଇଁ ସ୍ଥାନ ନାହିଁ। ଶଯ୍ୟାରେ ଥିବା ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ଥିଲେ ସେହି ସୁବିଧା ପ୍ରଦାନ କରାଯାଇ ପାରୁ ନାହିଁ।
The post ଭିମ୍ସାର କୋଭିଡ୍ ହସ୍ପିଟାଲ୍ରେ ପୁଣି ୬ ମୃତ first appeared on Sambad.
from କରୋନା – Sambad https://ift.tt/3b2SpwI
0 Comments