ଭୁବନେଶ୍ବର: ଦ୍ବିତୀୟ ଦିନରେ ଟିକାକରଣ, ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ଲକ୍ଷ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଟିକାକରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ। ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ୱରକୁ ଆସିଥିବା କୋଭାକ୍ସିନ ଡୋଜ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୯୦୦୦ ଲୋକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସୂଚନା ରହିଥିଲା। ଏନେଇ ୨୬ଟି ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକାଦାନ କେନ୍ଦ୍ର ଚିହ୍ନଟ ହୋଇଛି। ଆଜି ୨୪ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଆଗକୁ ବାକି ଦୁଇଟି କେନ୍ଦ୍ରରେ ଟିକା ପ୍ରଦାନ କରାଯିବ। ୪ ରୁ ୫ ଦିନ ଭିତରେ ଟିକାକରଣ ଶେଷ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ ଏ ନେଇ ସୂଚନା ଦେଇଛନ୍ତି।

The post ଭୁବନେଶ୍ବର: ଦ୍ବିତୀୟ ଦିନରେ ଟିକାକରଣ, ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ଲକ୍ଷ first appeared on Sambad.



from କରୋନା – Sambad https://ift.tt/3ipOWtG

Post a Comment

0 Comments