
ମୁମ୍ବାଇ: ବୁଧବାର ସକାଳେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଭୁଟାନ୍ର ଥିମ୍ଫୁକୁ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା ପ୍ରଥମ କରି ପଠାଯାଉଛି।
ସରକାରୀ ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସୁଦ୍ଧା ଭୁଟାନ୍ର ରାଜଧାନୀ ଥିମ୍ଫୁରେ ୧.୫ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ପହଞ୍ଚିଯିବ।
‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଉତ୍ପାଦିତ ଏହି କୋଭିଡ୍-୧୯ ଟିକା ଭାରତରୁ ଉପହାର ଭାବେ ପାଇବାକୁ ଥିବା ପ୍ରଥମ ଦେଶ ହେଉଛି ଭୁଟାନ୍।
କୋଭିଡ୍-୧୯ କଟକଣା ସତ୍ତ୍ୱେ ଭାରତ ଭୁଟାନ୍କୁ ବାଣିଜ୍ୟିକ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିଥିଲା। ଭାରତ ଓ ଭୁଟାନ୍ ମଧ୍ୟରେ ଥିବା ନିଆରା ତଥା ବିଶେଷ ସମ୍ପର୍କ ଦୃଷ୍ଟିରୁ ଏହା ସମ୍ଭବପର ହୋଇଛି।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ, ବିଶ୍ୱ ସମୁଦାୟଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଯୋଗାଣ କ୍ଷେତ୍ରରେ ଭାରତ ବିଶ୍ୱସନୀୟ ରାଷ୍ଟ୍ର ଭାବେ ଗୌରବାନ୍ଵିତ ହୋଇଛି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ବିଶ୍ୱ ସମୁଦାୟଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଯୋଗାଇ ଦେବାରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ଭାବେ ସମ୍ମାନଭାଜନ ହୋଇପାରିଛି। ଆସନ୍ତାକାଲି ଠାରୁ କେତେକ ଦେଶକୁ କୋଭିଡ୍ ଟିକା ଯୋଗାଣ ଆରମ୍ଭ ହେବା ସହ ଆଗୁଆ ଦିନମାନଙ୍କରେ ଅଧିକ ଟିକା ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, ଭାରତ ଏପର୍ଯ୍ୟନ୍ତ ଭୁଟାନକୁ ପରାସିଟାମଲ୍, ହାଇଡ୍ରୋକ୍ଲୋରୋକ୍ୱିନ୍, ପିପିଇ, ଏନ୍୯୫ ମାସ୍କ୍, ଏକ୍ସ୍-ରେ ମେସିନ୍ ଏବଂ ଟେଷ୍ଟ୍ କିଟ୍ ସମେତ ୨.୮ କୋଟି ଟଙ୍କାର ଅତ୍ୟାବଶ୍ୟକ ଔଷଧ ଏବଂ ଡାକ୍ତରୀ ଉପକରଣ ଯୋଗାଇ ଦେଇଛି।
ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ନେପାଳ, ବାଂଲାଦେଶ, ମିଆଁମାର, ଭୁଟାନ୍, ମାଳଦ୍ୱୀପ ଏବଂ ସିସିଲିଜ୍ ଆଦି ଦେଶ ଭାରତରେ ନିର୍ମିତ ଟିକା ପାଇଁ ଅନୁରୋଧ କରିଛନ୍ତି।
The post ଭୁଟାନ୍କୁ ୧.୫ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ଉପହାର ପଠାଇଲା ଭାରତ first appeared on Sambad.
from କରୋନା – Sambad https://ift.tt/3bTLAOw
0 Comments