ନୂଆଦିଲ୍ଲୀ: ଆଗାମୀ ସପ୍ତାହମାନଙ୍କରେ ଶୁଭାରମ୍ଭ ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ବିକଶିତ କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ପ୍ରସ୍ତୁତ ବୋଲି ରବିବାର ଦିନ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି।

ସୀମିତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘କୋଭିସିଲ୍‌ଡ୍‌’କୁ ଭାରତର ‘ଡ୍ରଗ୍‌ସ୍‌ ରେଗୁଲେଟର୍‌’ ଅନୁମୋଦନ ଦେବା ପରେ ପୁନାଓ୍ଵାଲା ଏହି ମନ୍ତବ୍ୟ ଦେଇଛନ୍ତି।

Image Courtesy of DNA India

ଟୁଇଟ୍‌ କରି ସେ ଲେଖିଛନ୍ତି, ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା! ଟିକା ଗଚ୍ଛିତ ରଖି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଯେଉଁ ଆଶଙ୍କା ମଧ୍ୟରେ ଥିଲା, ଶେଷରେ ତାହା ଦୂର ହୋଇଛି। ଅନୁମୋଦନ ପାଇଥିବା ଭାରତର ପ୍ରଥମ କୋଭିଡ୍‌-୧୯ ଟିକା ‘କୋଭିସିଲ୍‌ଡ୍‌’ ନିରାପଦ, ଫଳପ୍ରଦ ଏବଂ ଆସନ୍ତା ସପ୍ତାହମାନଙ୍କରେ ଏହାର ଶୁଭାରମ୍ଭ ହେବ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ସହଯୋଗ ନିମନ୍ତେ ସମ୍ମାନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ, ସମ୍ମାନନୀୟ ଡାକ୍ତର ଶ୍ରୀ ହର୍ଷ ବର୍ଦ୍ଧନ ଜୀ, ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଦିଲ୍ଲୀର ‘ଆଇସିଏମ୍‌ଆର୍‌’ ଏବଂ ବିଲ୍‌ ଗେଟ୍‌ସ୍‌ଙ୍କୁ ଧନ୍ୟବାଦ।

The post ଆଗାମୀ ସପ୍ତାହମାନଙ୍କରେ ‘କୋଭିସିଲ୍‌ଡ୍‌’ର ଶୁଭାରମ୍ଭ ହେବ: ଅଦର ପୁନାଓ୍ଵାଲା first appeared on Sambad.



from କରୋନା – Sambad https://ift.tt/3n8MLLW