ନୂଆଦିଲ୍ଲୀ : ସେଲିବ୍ରିଟି ସେଫ୍‌ ଗୋର୍ଡନ୍‌ ରାମ୍‌ସେଙ୍କର ଏକ ମେନୁ ‘ଲାଲ୍‌ ପିମ୍ପୁଡ଼ି ଚଟଣି’ ଖୁବ୍‌ ଶୀଘ୍ର ଆୟୁଷ ମନ୍ତ୍ରାଳୟ ଦ୍ବାରା କରୋନା ବିରୋଧରେ ଏକ ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ହୋଇପାରେ। କରୋନା ଚିକିତ୍ସା ପାଇଁ ଲାଲ୍‌ ପିମ୍ପୁଡ଼ି ଚଟଣି ବ୍ୟବହାର ଭଳି ଏକ ପ୍ରସ୍ତାବ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ଗତକାଲି ଆୟୁଷ ମନ୍ତ୍ରାଳୟ ଏବଂ ସିଏସ୍‌ଆଇଆର ମହାନିର୍ଦ୍ଦେଶକଙ୍କୁ କହିଥିଲେ। ତେବେ ୩ ମାସ ମଧ୍ୟରେ ଏସଂକ୍ରାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି।

ଓଡ଼ିଶା ଏବଂ ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟର ଆଦିବାସୀ ପ୍ରବଣ ଅଞ୍ଚଳରେ ଲୋକମାନେ ସାଧାରଣ ଥଣ୍ଡା, କାଶ , ଶ୍ବାସକ୍ରୀୟାରେ ସମସ୍ୟା କିମ୍ବା ଅନ୍ୟ କୌଣସି ରୋଗରୁ ଉପଶମ ପାଇଁ ଲାଲ୍‌ ପିମ୍ପୁଡ଼ି ଚଟ୍‌ନି ଖାଇଥାନ୍ତି କିମ୍ବା ଏହାକୁ ସୁପ୍‌ରେ ବ୍ୟବହାର କରିଥାନ୍ତି। ତେବେ କରୋନା ରୋକିବାପାଇଁ ଲାଲ୍‌ ପିମ୍ପୁଡ଼ି ଚଟ୍‌ଣି ବ୍ୟବହାର ସଂକ୍ରାନ୍ତ ପ୍ରସ୍ତାବ ପ୍ରଥମେ ବାରିପଦାର ଜଣେ ଇଂଜିନିୟର ଏବଂ ବିଶେଷଜ୍ଞ ନୟାଧର ପଢ଼ିଆଳ ଗତ ଜୁନ୍‌ରେ ଦେଇଥିଲେ। ପରେ ସେ କୋର୍ଟରେ ଏନେଇ ଏକ ପିଆଇଏଲ୍‌ ଦାଖଲ କରିଥିଲେ। କୋର୍ଟ ଏହି ପିଆଇଏଲ୍‌ ଆଧାରରେ କରୋନା ଚିକିତ୍ସା ଦିଗରେ ଲାଲ୍‌ ପିମ୍ପୁଡ଼ି ଚଟ୍‌ନି ବ୍ୟବହାର ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ଆୟୁଷ ମନ୍ତ୍ରୀୟାଳୟକୁ କହିଛନ୍ତି। ପଢ଼ିଆଳଙ୍କ କହିବା ଅନୁଯାୟୀ ଚଟଣିରେ ଏସିଡ୍‌,ପ୍ରୋ‌ଟିନ୍‌, କ୍ୟ‌ାଲସିୟମ୍‌, ଭିଟାମିନ୍‌ ବି ୧୨, ଜିଙ୍କ୍‌, ଆଇରନ୍‌ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି। ଓଡ଼ିଶା‌, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଲୋକମାନେ ବିଭିନ୍ନ ରୋଗରୁ ଉପଶମ ପାଇଁ ଲାଲ୍‌ ପିମ୍ପୁଡ଼ି ଚଟଣି ଖାଇଥାନ୍ତି ବୋଲି ପଢ଼ିଆଳ କହିଥିଲେ।

The post କୋଭିଡ୍‌ର ଚିକିତ୍ସା କରିବ ଲାଲ୍‌ ପିମ୍ପୁଡ଼ି ଚଟଣି! first appeared on Sambad.



from କରୋନା – Sambad https://ift.tt/3n6afkX