
ନୂଆଦିଲ୍ଲୀ : ଦେଶରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଜାନୁଆରି ୬ରେ ଦେଶରେ ଏହି ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୭୩ ଥିଲା। ସମସ୍ତ ସଂକ୍ରମିତଙ୍କୁ ସିଙ୍ଗଲ୍ ରୁମ୍ ଆଇସୋଲେସନ୍ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ କ୍ବାରାଣ୍ଟିନ୍ରେ ରହିଛନ୍ତି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୩୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨୩୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୧୩, ୪୧୭ରେ ପହଞ୍ଚିଛି ଏବଂ ମୋଟ୍ ୧,୫୦,୫୭୦ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୧,୦୦,୩୭,୩୯୮କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ ଆରୋଗ୍ୟ ହାର ୯୬.୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି। ଲଗାତାର ୧୮ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ଲକ୍ଷରୁ କମ୍ ରହିଛି। ଦେଶରେ ଏବେ ମୋଟ୍ ୨,୨୫,୪୪୯ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୨.୧୬ ପ୍ରତିଶତ। ଗତକାଲି ମହାରାଷ୍ଟ୍ରରେ ୭୨, କେରଳରେ ୨୫, ଦିଲ୍ଳୀରେ ୧୯ ଏବଂ ପଶ୍ଚିମବଙ୍ଗରେ ୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ଏଯାବତ୍ ହୋଇଥିବା ମୋଟ୍ କୋଭିଡ୍ ମୃତ୍ୟୁରୁ ମହାରାଷ୍ଟ୍ରରେ ୪୯,୮୯୭, ତାମିଲନାଡ଼ୁରେ ୧୨,୨୦୦, କର୍ଣ୍ଣାଟକରେ ୧୨,୧୩୧ ଏବଂ ଦିଲ୍ଲୀରେ ୧୦,୬୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
The post ଦେଶରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୮୨କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/3s9DOpm
0 Comments